ଓ.ଏମ୍.ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସଂଧ୍ୟାରେ କର୍ଣ୍ଣାଟକୀ କଣ୍ଠ ଓ ବାଦ୍ୟର ଅର୍ପୂବ ସଂଚାଳନ

ଭୁବନେଶ୍ୱର ୮.୯ (ଓଡ଼ିଆ ପୁଅ) : ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସଂଧ୍ୟା ଥିଲା ସଂଙ୍ଗୀତ ଓ ବାଦ୍ୟ ସଂଚାଳନର ସଂଧ୍ୟା। ପ୍ରଗତିଶୀଳ ସମକାଳୀନ କର୍ଣ୍ଣାଟକୀ ସଂଙ୍ଗୀତ ଉପରେ ଅଗମ ମ୍ୟୁଜିକାଲ ବ୍ୟାଣ୍ଡର ଫୁ୍ୟଜନ ପରିବେଷଣ ଅତି ଚମକ୍ରାର ଥିଲା। ସେମାନେ ଦକ୍ଷିଣ ଭାରତର ଶାସ୍ତ୍ରୀୟ ସଙ୍ଗୀତକୁ ନୂଆ ଓ ଆଧୁନିକ ଶୈଳୀରେ ଦର୍ଶକମାନଙ୍କ ଆଗରେ ପ୍ରତିପାଦିତ କରିଥିଲେ। ଅଗମ ମ୍ୟୁଜିକାଲ ବ୍ୟାଣ୍ଡର ଶିଳ୍ପୀମାନେ ଥିଲେ କଣ୍ଠ ଓ ବେହେଲାରେ ହରିସ ଶିବରାମକ୍ରୀର୍ଷ୍ଣନ, କିବୋଡ଼ରେ ସ୍ୱାମୀ ସେଥାରମଣ, ଗିଟାରରେ ଟି ପ୍ରବିନ କୁମାର ଓ ଆଦିତ୍ୟ କଶପ, ଶିବକୁମାର ନାର୍ଗାଜୁନ, ଜଗଦିସ ନଟରାଜନ ଏବଂ ଡ୍ରମରେ ଯଦୁନାନନ୍ଦନ। ଏହି ଅନନ୍ୟ ସଙ୍ଗୀତ ତଥା ବାଦନକୁ ସମସ୍ତ ରସିକ ଦର୍ଶକବୃନ୍ଦ ବିମୋହିତ ହୋଇ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ।

ଉତ୍ସବର ଅତିଥି ଥିଲେ ଓଡ଼ିଶା ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଅସୀତ କୁମାର ତ୍ରିପାଠୀ, ଏସ.ବି.ଆଇ ବ୍ୟାଙ୍କର ମହା ପରିଚାଳିକା ଶ୍ରୀମତୀ ପ୍ରଭିନା କଲା ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ଏବଂ ସଂଚାଳନ କରିଥିଲେ ଶ୍ରୀ ଦେବୀପ୍ରସାଦ ମିଶ୍ର।

Leave a Reply

Your email address will not be published. Required fields are marked *