ଓ.ଆଇ.ସି.ଟି.କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ରାପଡା ୧/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ମୀରପାଟଣାସ୍ଥିତ ଓ.ଆଇ.ସି.ଟି.କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ଆଜି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଶିକ୍ଷା କେନ୍ଦ୍ର ପରିସରରେ ଦିଲ୍ଲୀପ ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ଆଇନଜିବୀ ପ୍ରଦୀପ କୁମାର ଦାଶ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା ଅତିଥି ଭାବେ ଯୋଗଦେଇ ଏହି କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ବିନାଦେୟରେ ଅନୁସୂଚିତ ଜାତିର ପଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବାରୁ କେନ୍ଦ୍ରର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହିତ ଏହାର ପରିଚାଳକଙ୍କୁ ସାଧୁବାଦ ଜନାଇଥିଲେ। ଏହି ଅବସରରେ ଶିକ୍ଷାକେନ୍ଦ୍ର ପରିସରରେ ଏକ କେକକୁ ମଧ୍ୟ ଅତିଥିମାନେ କାଟିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତରନମ ଫିରଦୋସ, ଆରସି ଫାତମା, ସନ୍ତୋଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *