ଓଡ଼ିଶା

ଓଡ଼ିଶା ହେଡ଼ସ୍ ଅଫ୍ ଡିପାର୍ଟମେଂଟ କର୍ମ- ରୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତଭାବେ ହସ୍ତକ୍ଷେପ କରି ଏହି ସମସ୍ୟାର ସମାଧାନ କରନ୍ତୁ- ଧର୍ମେନ୍ଦ୍ର ପ୍ରଧାନ

– ନୂଆ କ୍ୟାଡର ପୁର୍ନଗଠନ ଦାବିକୁ ଖୋଦ ମୁଖ୍ୟମନ୍ତ୍ରୀ ୧୬ ଏପ୍ରିଲ ୨୦୧୮ରେ ଅନୁମୋଦିତ କରିଛନ୍ତି।
– ମାତ୍ର ଆନ୍ଦୋଳନରତ ଏହି ସଙ୍ଗଠନଗୁଡ଼ିକ ଅଭିଯୋଗ ପ୍ରଶାସନିକ ସ୍ତରରେ ଏହାକୁ କ୍ରିୟାନ୍ୱିତ କରାଯାଉ ନାହିଁ।
– ଏହି କର୍ମ- ରୀମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରଶାସନିକ ବ୍ୟବସ୍ଥାକୁ ସ୍ଥାଣୁ କରି ଦେବାର ସମ୍ଭାବନା ଥିବାରୁ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

ଭୁବନେଶ୍ୱର, ତା ୦୫/୦୯ (ଓଡ଼ିଆ ପୁଅ) : ଓଡ଼ିଶା ହେଡ଼ସ୍ ଅଫ୍ ଡିପାର୍ଟମେଂଟ ସେକ୍ସନ୍ ଅଫିସର୍ସ ଆସୋସିଏସନ୍ ଓ ଓଡ଼ିଶା ହେଡ଼୍ସ ଅଫ୍ ଡିପାର୍ଟମେଂଟ ମିନିଷ୍ଟରିଆଲ୍ ଅଫିସର୍ସ ଆସୋସିଏସନ୍ ଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଚିଠିରେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରି ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଏହି ସମସ୍ୟାର ସମାଧାନର ରାସ୍ତା କାଢ଼ିବା ପାଇଁ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ଏହି ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଯେ ଆନ୍ଦୋଳନରତ ଏହି ସରକାରୀ କର୍ମ- ରୀଙ୍କ ନୂଆ କ୍ୟାଡର ପୁର୍ନଗଠନ ଦାବିକୁ ଖୋଦ ମୁଖ୍ୟମନ୍ତ୍ରୀ ୧୬ ଏପ୍ରିଲ ୨୦୧୮ରେ ଅନୁମୋଦିତ କରିଛନ୍ତି। ମାତ୍ର ଆନ୍ଦୋଳନରତ ଏହି ସଙ୍ଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ପ୍ରଶାସନିକ ସ୍ତରରେ ଏହାକୁ କ୍ରିୟାନ୍ୱିତ କରାଯାଉ ନାହିଁ।

ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ସତ୍ୱେ କର୍ମ- ରୀମାନେ ଜୁନିୟର ଆସିଷ୍ଟାଂଟ୍, ସିନିୟର ଆସିଷ୍ଟାଂଟ, ସେକସନ୍ ଅଫିସର, ଏଷ୍ଟାବ୍ଲିସ୍ମେଂଟ ଅଫିସର ଓ ସିନିୟର୍ ଏଷ୍ଟାବ୍ଲିସ୍ମେଂଟ ଅଫିସର ଭାବେ ହେଡ଼ସ୍ ଅଫ୍ ଡିପାର୍ଟମେଂଟ୍ରେ କାମ କରୁଛନ୍ତି। ଏହି କ୍ରର୍ମ- ରୀମାନେ ସେମାନଙ୍କର ପଦବୀଗୁଡ଼ିକୁ ପୁର୍ନଗଠିତ କରି ଆସିଷ୍ଟାଂଟ୍ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର୍ସ (ଏଏଓ), ଜଏଂଟ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର୍, ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର୍ସ (ଏଓ), ସିନିୟର୍ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର୍ସ, ଚିଫ୍ ଆଡ଼୍ମିନିଷ୍ଟ୍ରେଟିଭ୍ ଅଫିସର୍ସ -୨ ଓ ଚିଫ୍ ଆଡ଼୍ମିନିଷ୍ଟ୍ରେଟିଭ୍ ଅଫିସର୍ସ -୧କୁ ପୁର୍ନଗଠିତ କରିବାକୁ ଦାବି କରିଛନ୍ତି। ଆସିଷ୍ଟାଂଟ୍ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର୍ସ (ଏଏଓ) ପ୍ରଥମ ପ୍ରବେଶ ସ୍ତରୀୟ ପଦବୀ ହେବା ପାଇଁ ସେମାନେ ଦାବି କରି ଆସୁଛନ୍ତି।

ଏହି କର୍ମ- ରୀମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରଶାସନିକ ବ୍ୟବସ୍ଥାକୁ ସ୍ଥାଣୁ କରି ଦେବାର ସମ୍ଭାବନା ଥିବାରୁ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top