ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ସ୍ୱର୍ଗତ ଭି.ଏ.ମୋହତାଙ୍କୁ ଶ୍ରଦ୍ଧାଞ୍ଜଳୀ

ତାଳଚେର, ୪/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଓକିଲ ସଂଘର ମଧୁବାବୁ ସମ୍ମିଳନୀ କକ୍ଷରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ସ୍ୱର୍ଗତ ଭି.ଏ.ମୋହତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ତତ୍ ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ସଂଘର ସମସ୍ତ ସଦସ୍ୟ ସଦସ୍ୟା ଭଗବାନଙ୍କଠାରେ ପ୍ରାର୍ଥନା କରିଥିଲେ। ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ତାଳଚେର କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଲୁନା ମହାନ୍ତି, ସବ୍ ଜଜ୍ ସୁଶ୍ରୀ ସୌମ୍ୟା ଶୁଭଦର୍ଶନୀ, ଏସ୍.ଡି.ଜେ.ଏମ୍. ଜୀବନ କୁମାର ପଟ୍ଟନାୟକ, ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁ, ବରିଷ୍ଠ ଆଇନଜୀବୀ ଅରୁଣ ଶଙ୍କର ମିଶ୍ର, ଯଦୁମଣି ସାହୁ ସ୍ୱର୍ଗତ ନ୍ୟାୟଧୀଶଙ୍କ ସ୍ମୃତିଚାରଣ କରିଥିଲେ। ସଂଘର ଉପସଭାପତି ବିନୟ କୁମାର ନନ୍ଦ, ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ନାଏକ, ଯୁଗ୍ମ ସମ୍ପାଦକ ପ୍ରତାପ ସାହୁ, ସାଂସ୍କୃତିକ ସମ୍ପାଦକ ରାଜେନ୍ଦ୍ର ସିଂ ଡିଙ୍ଗ୍ରା, ସେମିନାର ସମ୍ପାଦକ ବାଉରୀବନ୍ଧୁ ବେଜ ଓ ଅଡିଟର ବବିତା ଦାସଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *