ଓଡ଼ିଶା

ଓଡ଼ିଶା ସବୁଜପତ୍ରିକାଧାରୀ ପରିବାରଙ୍କ ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର, ତା ୮ା୯ (ଓଡ଼ିଆ ପୁଅ) : ଓଡ଼ିଶା ସବୁଜ ପତ୍ରିକାଧାରୀ ପରିବାରଙ୍କ ପକ୍ଷରୁ ଆଜି ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାରେ ସମସ୍ତ ୩୦ଟି ଯାକ ଜିଲ୍ଲାର ସବୁଜପତ୍ରିକାଧାରୀ ମହିଳା ମାନଙ୍କର ବ୍ଲକ ସଭାନେତ୍ରୀ, ଜିଲ୍ଲା ସଭାନେତ୍ରୀମାନେ ଉପସ୍ଥିତ ଥିଲେ। ଏହି କର୍ମଶାଳାକୁ ମାନ୍ୟବର ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଉଦ୍ଘାଟନ କରି ସବୁଜପତ୍ରିକାଧାରୀ ମା’ ମାନଙ୍କୁ ବିଭିନ୍ନ ଦାବିଗୁଡ଼ିକ ଉପରେ ସଚେତନ କରାଇଥିଲେ। ମାଗିଲେ କି ଦାବି କଲେ କିଛି ଫଳ ମିଳିବ ନାହିଁ ବୋଲି କହି ଆଗାମୀ ଦିନରେ ପ୍ରତି ଗାଁରେ ଏବଂ ପଞ୍ଚାୟତମାନଙ୍କରେ ନିଜର ସଂଗଠନକୁ ସୁଦୃଢ କରିବା ପାଇଁ କହିଥିଲେ। ପ୍ରତି ପଞ୍ଚାୟତରେ କିଛି କିଛି ୟୁନିଟ୍ ଗଠନ କରି ପ୍ରତି ୟୁନିଟ୍ରେ ୨୦ଜଣ ଲେଖାଏଁ ସବୁଜ ପତ୍ରିକାଠାରୀ ମହିଳାମାନେ ଏକାଠି ହୋଇ ନିଜର ସଂଗଠନ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ। ଯଦି ଏହିପରି ଭାବେ ସବୁ ପଞ୍ଚାୟତରେ ସଂଗଠନ କରାଯାଏ, ତେବେ ପାଖାପାଖି ସାଢେ ୭ ଲକ୍ଷ ଥିବା ସବୁଜ ପତ୍ରିକାଧାରୀ ମହିଳାମାନେ ଆସନ୍ତା ସେପ୍ଟେମ୍ବର ୨୦ତାରିଖ ସୁଦ୍ଧା ନିଜର ଡାଟା ରାଜ୍ୟଶାଖାରେ ପହଞ୍ଚିପାରିବ। ନିଷ୍ଠାପର ଭାବେ ଉଦ୍ୟମ କଲେ ଏବଂ ସଠିକ୍ ନିଷ୍ପତ୍ତି ନେଇ ଆଗେଇଲେ ନିଶ୍ଚେ ସଫଳ ମିଳିବ ବୋଲି କହିଥିଲେ। ପ୍ରତି ପଞ୍ଚାୟତରୁ ଡାଟା ସଂଗ୍ରହ କରି ବ୍ଲକ ସଭାପତିମାନଙ୍କୁ ଏବଂ ବ୍ଲକ ସଭାପତିମାନେ ଜିଲ୍ଲା ସଭାପତିଙ୍କୁ ଓ ସେହିଭଳି ଜିଲ୍ଲାସଭାପତିମାନେ ରାଜ୍ୟସଭାପତିଙ୍କୁ ସବୁ ମହିଳାମାନଙ୍କର ନାମ, ଠିକଣା ଏବଂ ଫୋନ୍ ନମ୍ବରଗୁଡ଼ିକର ଡାଟା ଏକାଠି କରି ଆଗାମୀ ଦିନରେ ସମସ୍ତଙ୍କୁ ଯୋଗାଯୋଗ କରି ରାଜଧାନୀରେ ଏକ ବିଶାଳ ସମାବେଶ କରିବା ପାଇଁ ଆମେ ସକ୍ଷମ ହୋଇପାରିବୁ। ଆସନ୍ତା ନିର୍ବାଚନ ପୂର୍ବରୁ ରାଜଧାନୀରେ ଏକ ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମର ଦାବି ଉପସ୍ଥାପନ କରିବୁ ଏବଂ ଯଦି ନିର୍ବାଚନ ପୂର୍ବରୁ ସରକାର ଆମ ଦାବି ନ ମାନନ୍ତି ତେବେ ଆସନ୍ତା ନିର୍ବାଚନରେ ଭୋଟ୍ ବର୍ଜନ କରିବୁ। ଖାଲି ସେତିକି ନୁହେଁ ସବୁଜପତ୍ରିକାଧାରୀ ମହିଳାମାନେ ସବୁ ଗାଁରେ ମଦ ବିରୋଧି ଆନ୍ଦୋଳନରେ ସାମିଲ୍ ହୋଇ ଲୋକମାନଙ୍କୁ ମଦ ପିଆରୁ ନିବୃତ୍ତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବା ସଂଗେସଂଗେ ଘରେଘରେ ଯେପରି ନାରୀ ନିର୍ଯ୍ୟାତନା ରୋକାଯାଇପାରିବ ସେଥିପାଇଁ ଆପ୍ରାଣ ଉଦ୍ୟମ କରି ସମାଜକୁ ଶୃଙ୍ଖଳିତ କରିବା ପାଇଁ ମହିଳାମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ସଭାରେ ମହାସଂଘର ରାଜ୍ୟ ସଭାନେତ୍ରୀ ବାସନ୍ତୀ କାଠ, ସମ୍ପାଦକ ରଶ୍ମିତା ପ୍ରଧାନ, ଦେବରାଜ ନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ, ସୁରଭିଲତା ରାଉତ ଏବଂ ରମାଦେବୀ ମ୍ୟାଡାମ୍ ପ୍ରମୁଖ ମଞ୍ଚାସୀନ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top