ଓଡ଼ିଶା

ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା ଅବସରରେ ସାମ୍ବାଦିକ ସମ୍ମେଳନରେ ଉତ୍କଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁଙ୍କ ବକ୍ତବ୍ୟ

ଭୁବନେଶ୍ୱର ୩୦-୩ (ଓଡ଼ିଆ ପୁଅ) ଦୀର୍ଘ ୧୮ ବର୍ଷ ହେଲା ବିଜେଡି ନେତୃତ୍ୱାଧୀନ ସରକାର ଓଡ଼ିଶାରେ ଶାସନ କରୁଥିଲେ ମଧ୍ୟ ସବୁ ପ୍ରକାର ରିପୋର୍ଟରେ ଓଡିଶାର ସ୍ଥାନ ବଡ଼ କୋଡିଏଟି ରାଜ୍ୟ ମଧ୍ୟରୁ ୧୮ ବା ୧୯ ସ୍ଥାନରେ ରହୁଛି। ସବୁବେଳେ ଦାରିଦ୍ର୍ୟକୁ ନେଇ ଓଡିଶାର ଲଢ଼େଇ ବିହାର ସାଙ୍ଗରେ ହେଉଛି। ଅଥଚ ଆମ ନେତାମାନେ କହିଆସିଛନ୍ତି ଯେ, ଓଡ଼ିଶାରେ ଖଣି ଅଛି, ଜଙ୍ଗଲ ଅଛି, ପାହାଡ ଅଛି, ନଦୀ ଅଛି, ସମୁଦ୍ର ଅଛି। ଏତେ ପ୍ରାକୃତିକ ସମ୍ପତ୍ତି ଥିଲେ ମଧ୍ୟ ଓଡ଼ିଶାର ଦାରିଦ୍ର୍ୟ ମେଣ୍ଟୁନାହିଁ କାହିଁକି?

ଏହାର ମୁଖ୍ୟ କାରଣ ହେଲା, ଓଡିଶା ସରକାରଙ୍କ ଅପାରଗତା, ପୋସ୍କୋ, ମିତ୍ତଲ ପରି ବିଶ୍ୱ ବିଖ୍ୟାତ କମ୍ପାନୀମାନେ ଜାଗା ନପାଇ ଓଡ଼ିଶାରୁ ଓହରି ଯାଇଛନ୍ତି। ଗତ ୧୦ ବର୍ଷମଧ୍ୟରେ ଓଡ଼ିଶାକୁ ଗୋଟିଏ ମଧ୍ୟ ବଡ଼ ଶିଳ୍ପ ଆସିନାହିଁ। ଓଡ଼ିଶାର ଚାଷୀ ଘୋର ସଙ୍କଟ ମଧ୍ୟରେ ଗତି କରି ଆତ୍ମହତ୍ୟା କରିବାକୁ ବାଧ୍ୟହେଉଛି। ଗତ ୩୦/୪୦ ବର୍ଷ ତଳେ ଓଡ଼ିଶାରେ ରିକ୍ସା ଟାଣୁଥିବା ତେଲୁଗୁମାନେ ଏବେ ଆଉ କେହି ଏ ରାଜ୍ୟକୁ କାମକରିବାକୁ ଆସୁନାହାନ୍ତି। ବରଂ ପଶ୍ଚିମ ଓଡ଼ିଶାରେ ସେମାନେ ବଡ଼ ବଡ଼ ଜମି ମାଲିକ ହେଲେଣି। ସାରା ଭାରତକୁ ଆଜି ଆନ୍ଧ୍ର ଫଳ, ପନିପରିବା, ମାଛ, କୁକୁଡା, ଅଣ୍ଡା ଯୋଗାଉଛି। ଅଥଚ ଓଡ଼ିଆ ଯୁବକ ଦାଦନ ଶ୍ରମିକ ହେବାପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଆନ୍ଧ୍ର, ତାମିଲନାଡୁ, କେରଳ, ଗୋଆ, ଗୁଜୁରାଟ ଚାଲିଯାଉଛନ୍ତି। ଆଉ କେନ୍ଦ୍ର ଅନୁଦାନ ଖର୍ଚ୍ଚ କରିନପାରି ଓଡ଼ିଶା ସରକାର ଗତ ୧୫ ବର୍ଷ ହେଲା ପ୍ରତିବର୍ଷ ଅନ୍ତତଃ ଟ୬, ୦୦୦ କୋଟି ଫେରାଇଦେଉଛନ୍ତି।

ଓଡ଼ିଶା ଏକ ଚରମ ଦୁର୍ନୀତିଗ୍ରସ୍ତ ରାଜ୍ୟରେ ପରିଣତ ହୋଇଛି। ଚିÿଟ ଫଣ୍ଡ, ଖଣି ଇତ୍ୟାଦି ଦୁର୍ନୀତିରେ ଓଡ଼ିଶା ସାରା ଦେଶରେ ପ୍ରସିଦ୍ଧ ହୋଇଛି। ବିଜେଡି ଦଳର ସାଂସଦ, ବିଧାୟକମାନେ ଚିÿଟ ଫଣ୍ଡ ଦୁର୍ନୀତିରେ ଫସି ଆଜି ବର୍ଷ ବର୍ଷ ଧରି ଜେଲରେ ଅଛନ୍ତି।

ଟଙ୍କାକିଆ ଚାଉଳ, ପାଞ୍ଚ ଟଙ୍କିଆ ଭାତ ଡାଲମା, ଛତା, କମ୍ବଳ ବାଣ୍ଟି ନବୀନ ପଟ୍ଟନାୟକଙ୍କ ସରକାର ଓଡ଼ିଶାକୁ ମାଗିଖିଆରେ ପରିଣତ କରିଦେଲେଣି। ଓଡ଼ିଆ ଜାତି ଆଜି ଆଳସ୍ୟ, କର୍ମକୁଣ୍ଠତା ହେତୁ ତଳେ ପଡ଼ିଛି।

ଉତ୍କଳ ଭାରତ ଅନ୍ୟ ଛୋଟ ଦଳମାନଙ୍କ ପରି ବିଜେଡି ସହ ବାନ୍ଧି ହୋଇନାହିଁ। ଏ ଦଳ ବିଜେଡିର ବିକଳ୍ପ ହେବାପାଇଁ ପ୍ରତିବଦ୍ଧ। ଏ ଦଳ କ୍ଷମତାକୁ ଆସିଲେ ବଡ଼ ଶିଳ୍ପଙ୍କୁ ଆଣିବ ଓଡ଼ିଶାରୁ ଦାଦନ ଶ୍ରମିକ ପଳାୟନ ବନ୍ଦକରି ଯୁବକମାନଙ୍କୁ ଭଲ ଦରମାର ଚାକିରୀ ଦେବ। କୃଷି ଉତ୍ପାଦନକୁ ବଢ଼ାଇ ଚାଷୀର ରୋଜଗାର ବୃଦ୍ଧି କରିବ। ଦୁର୍ନୀତି, ଭ୍ରଷ୍ଟାଚାର ଓ ସରକାରୀ ପ୍ରଶାସନରେ ଲାଂଚକୁ ହ୍ରାସ କରିବ। ଗରିବକୁ ଗରିବ ନରଖି ମଧ୍ୟବିତ୍ତ କରିବ।

ଏହି ସମ୍ମେଳନରେ ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ଉପସଭାପତି ଲୋକନାଥ ଷଡ଼ଙ୍ଗୀ, ସଂପାଦକ କାମିଲୁଦ୍ଦିନ ଅହମଦ, ଯୁବ ସଭାପତି ଜଗଦୀଶ ପ୍ରଧାନ, ପୁରୀ ଜିଲ୍ଲା ସଭାପତି ଗଙ୍ଗାଧର ମାନସିଂହ, ଭୁବନେଶ୍ୱର ସଭାପତି ନବକିଶୋର ପ୍ରଧାନ, ସମ୍ପାଦକ ରବିନାରାୟଣ ଦାସ, ବିଦ୍ୟାର୍ଥୀ ଉତ୍କଳ ଭାରତ ରାଜ୍ୟ ସଭାପତି ପ୍ରତ୍ୟୁଷ ନାୟକ, ସମ୍ପାଦକ ବିଶ୍ୱଜିତ ଚକ୍ରବର୍ତ୍ତୀ, ଜୀତେଶ କୁମାର ଗୁପ୍ତା ପ୍ରମୁଖ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top