ଓଡ଼ିଶା

ଓଡ଼ିଶା ବନ୍ଦେ ଉତ୍କଳ ଜନନୀକୁ ନେଇ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ମନ୍ତବ୍ୟ ଆମେ ଓଡିଆ ସଙ୍ଗଠନର ନିନ୍ଦା, ରାସ୍ତାରେ ପ୍ରତିବାଦ

– ବିଚ୍ଚିନ୍ନତାବାଦୀ ମାନସିକତା ଓଡ଼ିଶାବାସୀ କେବେ ଗ୍ରହଣ କରିବେ ନାହିଁ
– ଶ୍ରମମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ
ଭୁବନେଶ୍ୱର, ୨୬ ଜୁନ (ଓଡ଼ିଆ ପୁଅ) – ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଦେଇଥିବା ମନ୍ତବ୍ୟ ବିଚ୍ଚିନ୍ନତାବାଦୀ ମାନସିକତାକୁ ଓଡ଼ିଶାବାସୀ କେବେ ହେଲେ ଗ୍ରହଣ କରିବେ ନାହିଁ ବୋଲି ଅଭିଯୋଗ କରିଛି ଆମେ ଓଡିଆ ସଙ୍ଗଠନ।

ଶ୍ରମମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସାଢେ ୪ କୋଟି ଓଡିଆଙ୍କ ମନରେ କଷ୍ଟ ଦେଇଛି। ତେଣୁ ଶ୍ରମମନ୍ତ୍ରୀ ତୁରନ୍ତ ନିସର୍ତ କ୍ଷମା ମାଗିବାକୁ ଦାବି କରିଛି ସଙ୍ଗଠନ। ଆଜି ଏନେଇ ସଙ୍ଗଠନର ଶତାଧିକ କର୍ମୀ ରାଜଧାନୀର ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶ୍ରମମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ କଡ଼ା ସମାଲୋଚନା କରିଥିଲେ।

ଆମେ ଓଡିଆ ପକ୍ଷରୁ କୁହାଯାଇଛି ଯେ, ଜାତୀୟ ସଙ୍ଗୀତର ଉତ୍କଳ ବୋଲି ଲେଖାଯାଇଛି। ଶ୍ରମମନ୍ତ୍ରୀ ଯାହା ମନ୍ତବ୍ୟ ଦେଇଛନ୍ତି ତାହା ବିଚ୍ଚିନ୍ନତାବାଦୀ ମାନସିକତାର ପରିଚୟ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପଶ୍ଚିମ ଓଡିଶାର ଅଧିକାଂଶ ଲୋକଙ୍କ ଅବଦାନ ରହିଛି। ସଙ୍ଗଠନ ପକ୍ଷରୁ ଆହୁରି କୁହାଯାଇଛି ଯେ, ବିଜେଡି ଦଳ ଆଂଚଳିକ ଦଳ ହୋଇଥିବା ହେତୁ ତାଙ୍କର ବିଚ୍ଛିନ୍ନତାବାଦୀ ମାନସିକତା ଯାଇନି। ଶ୍ରମମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହା ଓଡିଶାବାସୀଙ୍କୁ ଦୁଖ ଦେଇଛି।

ତେଣୁ ମନ୍ତ୍ରୀ ତୁରନ୍ତ କ୍ଷମା ମାଗିବା ସହ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିବାକୁ ଦାବି କରାଯାଇଛି।

ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ପ୍ରିତିଶ ରାୟ, ପି.ରୋଜା, ସ୍ୱପ୍ନାଞ୍ଜଳି ମହାନ୍ତି, ସଙ୍ଗୀତା ସାହୁ, ଧର୍ମେନ୍ଦ୍ର ପାତ୍ର ଓ ମିତାଲି ମୋହନି ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top