ଓଡ଼ିଶା

ଓଡ଼ିଶା ଓବିସି ଅନ୍ୟାନ୍ୟ ରାଜ୍ୟଠାରୁ ଅଧିକ ଅବହେଳିତ

ଭୁବନେଶ୍ୱର, ୦୮-୯ (ଓଡ଼ିଆ ପୁଅ) : ୧୯୯୪ମସିହାରେ ଚାକିରୀ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୨୭% ଆରକ୍ଷଣ ସରକାରଙ୍କର ଅବହେଳାରୁ ଉପଲବ୍ଧ ହୋଇପାରୁନାହିଁ। ରାଜ୍ୟରେ ବାସ କରୁଥିବା ୫୨ ପ୍ରତିଶତ ପଛୁଆବର୍ଗ ଚାକିରୀ କ୍ଷେତ୍ରରେ ୧୧.୨୫ ପ୍ରତିଶତ ଆରକ୍ଷଣ ପାଉଛନ୍ତି। ରାଜ୍ୟରେ ଶିକ୍ଷାନୁଷ୍ଠାନରେ ନାମଲେଖା ନିମନ୍ତେ ଓବିସିଙ୍କ ପାଇଁ ଆଦୌ ଆରକ୍ଷଣ ନାହିଁ। ରାଜ୍ୟରେ ଓବିସି କମିଶନ କାର୍ଯ୍ୟକ୍ଷମ ନାହିଁ। ସରକାର ଓବିସି ବର୍ଗିକରଣ ଉପରେ ଆଦୌ ଚିନ୍ତା କରୁନାହାଁନ୍ତି। ଓଡ଼ିଶା ଓବିସି ଅର୍ଥ ଓ ବିକାଶ ନିଗମକୁ ଗତ ଦଶବର୍ଷ ହେବ କାର୍ଯ୍ୟକ୍ଷମ କରାଯାଉନାହିଁ। ରାଜ୍ୟରେ ଓବିସି ବର୍ଗଙ୍କ ପାଇଁ ଆବାସିକ ଶିକ୍ଷାନୁଷ୍ଠାନ ନାହିଁ। ରାଜ୍ୟରେ ଓବିସି ଜନଗଣନା ହୋଇନାହିଁ। ଆରକ୍ଷଣ ଜନିତ ସମସ୍ୟାର ସମାଧାନ ପାଇଁ ସରକାର ସର୍ବୋଚ୍ଚ କୋର୍ଟଙ୍କ ଆଦେଶାନୁସାରେ ଉଚିତ୍ ପଦକ୍ଷେପ ନେଉନାହାଁନ୍ତି। ଏହି ସବୁ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଓଡ଼ିଶା ପଛୁଆବର୍ଗ ବିକାଶମଞ୍ଚ ଆସନ୍ତା ୧୦.୯.୨୦୧୮ରିଖରେ ଲୋୟର ପି.ଏମ୍.ଜି.ରେ ଧାରଣା, ପ୍ରତିବାଦ ସଭା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ କରାଯିବ। ପ୍ରାୟ ସକାଳ ୧୧ ଘଟିକା ସମୟରେ ରେଳ ଷ୍ଟେସନ୍ ସମ୍ମୁଖରୁ ରାଲି ବାହାରି ଲୋୟର ପିଏମ୍ଜିରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯିବ ବୋଲି ମଞ୍ଚର କାର୍ଯ୍ୟକାରୀ ସଭାପତି ଶ୍ରୀ ଧୂଳେଶ୍ୱର ମାଣିଆ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଉକ୍ତ ସଭାରେ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ୱ ଓବିସି ନେତୃବୃନ୍ଦ ଓ କର୍ମୀ ଯୋଗ ଦେବେ। ଆମ୍ଭେ ରାଜ୍ୟର ସମସ୍ତ ପ୍ରିଣ୍ଟ ଓ ବୈଦ୍ୟୁତିକ ମିଡ଼ିଆର ମୁଖ୍ୟଙ୍କୁ ଅନୁରୋଧ କରୁଅଛୁ ଯେ, ମଞ୍ଚର ଏତାଦୃଶ୍ୟ କାର୍ଯ୍ୟକ୍ରମର ଉଚିତ୍ ପ୍ରକାଶ ଓ ପ୍ରସାର କରିବା ସହିତ ଆସନ୍ତା ୧୦ ତାରିଖରେ ହେଉଥିବା ଧାରଣା ଓ ସଭାକୁ ସାମ୍ବାଦିକମାନଙ୍କୁ ଖବର ଓ ଫଟୋ ସଂଗ୍ରହ କରିବାକୁ ପଠାଇବେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ସାଧାରଣ ସମ୍ପାଦକ ସରୋଜ କୁମାର ବେହେରା ଓ କୋଷାଧ୍ୟକ୍ଷ ଶ୍ରୀଧର ଦାସ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top