ଓଡ଼ିଶା

ଓଡ଼ିଶା ଉତ୍କଳ ଓ ବନ୍ଦେ ଉତ୍କଳ ଜନନୀ

– ସୁରେନ୍ଦ୍ର ଦାସ

ଓଡ଼ିଶା ସରକାର, ଓଡ଼ିଶା ରାଜ୍ୟ ସରକାର। ଏ ଦୁଇଟି କଥା ଏକ ହେଲେ ମଧ୍ୟ ଅଲଗା ଲେଖା, ମାତ୍ର ଅଲଗା କଥା ନୁହେଁ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଗ୍ରାମ – ମହାଦୀପର ସଳିତାର କାମ କରିଥିବା ଏଇ ମହାନ ଉତ୍କଳୀୟ ପରିଚୟର କୀର୍ତିମାନ ଗୌରବଗାଥା ବହନ କରୁଥିବା ପ୍ରାତଃ ସ୍ମରଣୀୟ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀରୁ ଝରି ପଡ଼ିଥିଲା। ଏହା ଏକ ସଂଗୀତ ନୁହେଁ, ଏକ କବିତା ନୁହେଁ, ଏହା ହେଉଛି ଓଡ଼ିଆ ଜାତିର ଆତ୍ମଗୌରବ ଓ ପରିଚୟର ଏକ ଆତ୍ମିକ ସ୍ମାରକୀ, ଯାହା ଓଡ଼ିଆ ଜାତିର ପ୍ରାଣତନ୍ତ୍ରୀରେ, ପ୍ରତିଟି ଓଡ଼ିଆର ଧମନୀରେ ପ୍ରବାହିତ ହୋଇ ଆସୁଛି। ଓଡ଼ିଆ ଜାତିପ୍ରାଣର ସଂଗୀତ ମୂର୍ଚ୍ଛନା ଓ ସାଶ୍ୱତ ଧାରାଭାବେ ଜାତୀୟତାବୋଧକୁ ଶାଣିତ ଓ ରସମୟ କରିଛି।

ସେହିପରି କବିଗୁରୁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କର ରଚିତ ‘ଜନଗଣମନ ଅଧିନାୟକ’ ଜାତୀୟ ସଂଗୀତ ଭାବେ ଦୀର୍ଘ ୭୧ ବର୍ଷ ବ୍ୟାପୀ ପ୍ରତିଟି ଭାରତୀୟଙ୍କ ଧମନୀରେ ପ୍ରବାହିତ। ସେଥିରୁ କୌଣସି ଶବ୍ଦକୁ ବାଦଦେବା, ଯୋଡ଼ିବା ହେଉଛି ଦେଶଦ୍ରୋହୀର ପ୍ରଳାପ ସଂଗେ ସମାନ ବୋଲି ବିବେଚନା କରାଯିବ ଓ ସେଥିପାଇଁ କ୍ଷମା ନାହିଁ। ସେଥିରେ ମଧ୍ୟ ଉତ୍କଳ ମାତାର ବନ୍ଦନା କରାଯାଇଛି। ସମସ୍ତ ପ୍ରାଦେଶିକ ତଥା ହିନ୍ଦି ଭାଷାରେ ‘ଭାରତ ସରକାର’ ଲେଖା ଯାଉଥିବାବେଳେ ଇଂରାଜୀରେ Govt. of India ବୋଲି ଲେଖାଯାଉଛି। ଆମେ ଭାରତବାସୀ କହୁଥିବାବେଳେ ଇଂରାଜୀ ଓ ସମଗ୍ର ପୃଥିବୀରେ ଏହାର ପରିଚୟ Indian ବୋଲି ସର୍ବବିଦିତ। ଆଜିଯାଏ ଆମ ଦେଶର ନାମକୁ ଗୋଟିଏ ପରିଚୟ ମିଳିପାରିଲା ନାହିଁ କି ସେଥିପ୍ରତି ଉଦ୍ୟମ ନାହିଁ। ମାତ୍ର ଜଣେ ଓଡ଼ିଆ ପାଗଳ ବ୍ୟକ୍ତିର ପ୍ରଳାପକୁ ନେଇ କିଛିବ୍ୟକ୍ତି ବିଭାଜନ ଓ ନିଜର ବଡ଼ିମା ଦେଖାଉଥିବା ପରିତାପର ବିଷୟ। ସେହିଭଳି ପ୍ରଳାପ କରୁଥିବା ବ୍ୟକ୍ତି ଯେ କେହି ହୁଅନ୍ତୁ ନା କାହିଁକି ତାଙ୍କୁ ଏ ଓଡ଼ିଆ ଜାତି କେବେ ବି କ୍ଷମା ଦେବନାହିଁ। ଧରିତ୍ରୀ ନିର୍ଭୀକତାର ସହ ପ୍ରଥମପୃଷ୍ଠାରେ ଏହାକୁ ସ୍ଥାନ ଦେଇଛି ଓ ସରକାର ଏ କ୍ଷେତ୍ରରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାର କଥା। ଏଭଳି ପାଗଳାମୀରୁ କ୍ଷାନ୍ତ ହୁଅନ୍ତୁ, ନତୁବା…।
ମହାସଚିବ- ଚିନ୍ତା ଓ ଚେତନା

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top