ad
ଜିଲ୍ଲା ପରିକ୍ରମା

ଓଡ଼ିଶାର ଯୋଗଜନ୍ମା ଦେଶଭକ୍ତ ବୀର ସୁରେନ୍ଦ୍ର ସାଏ

ପୁରୀ, ୯/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଭାଷା ସୁରକ୍ଷା ପ୍ରତିଷ୍ଠାନ ପୁରୀ ଆନୁକୂଲ୍ୟରେ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଓ ଓଡ଼ିଶା ଶୀର୍ଷକ ଆଲୋଚନାଚକ୍ର ବଡ଼ଦାଣ୍ଡସ୍ଥିତ ଭକ୍ତ ସାଲବେଗ ସମାଧି ପୀଠଠାରେ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନତଦ୍ଦେର୍ଶକ ଡ଼ଃ ହରପ୍ରସାଦ ମିଶ୍ର। ସେକହିଲେ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୀବନାଦର୍ଶ ଓ ଦେଶଭକ୍ତି ଅବର୍ଣ୍ଣନୀୟ ଏହିଭଳି ଓଡ଼ିଶାର ବରପୁତ୍ରମାନଙ୍କ ତ୍ୟାଗପୂତ ଜୀବନାଦର୍ଶ ଭବିଷ୍ୟ ଯୁବପିଢୀଙ୍କୁ ଅନୁପ୍ରାଣିତ କରିପାରିଲେ ଏ ଦେଶ ତଥା ଦେଶର ପ୍ରଭୂତ କଲ୍ୟାଣ ହୋଇପାରିବ। ବୀର ସୁରେନ୍ଦ୍ର ସାଏ ନିଜ ଜୀବନର ସକଳ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଜଳାଞଳି ଦେି ମାତ୍ର ଅଠରବର୍ଷ ବୟସରୁ ଦେଶ ମାତୃକାର ସେବାରେ ସଚ୍ଚୋଟ ଦେଶଭକ୍ତ ଭାବରେ ନିଜକୁ ଉତ୍ସର୍ଗ କରିଦେଇଥିଲେ। ସେ ଏଭଳି ଜଣେ ସହିଦ୍ ବୀର ତତା ଦେଶ ସେବକ ଥିଲେ, ଯେ କି ନିଜ ଦେଶ ମାତୃକାର ଉତୋରତର ଉନ୍ନତି କାମନା କରି ଦୀର୍ଘ ୩୫ବର୍ଷରୁ ଉଦ୍ଧ୍ୱର୍କାଳ ହସି ହସି କାରାବଣଣ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ଼ଃ କାର୍ତିକ ଚନ୍ଦ୍ର ଦାଶ, ସମ୍ମାନୀୟ ଅତିଥିଭାବେ ପ୍ରାକ୍ତନ ପୁରୀ ଉପ ନଗରପାଳ ଶାନ୍ତିଳତା ପ୍ରଧାନ, କବି ହରେକୃର୍ଷ୍ଣ ପ୍ରଧାନୀ, ଡ଼ଃ ରମାକାନ୍ତ କର, ଓ ବିପିନ୍ ଦଳାଇ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରତିଷ୍ଠାନର ସଭାପତି ଶିକ୍ଷାବିତ୍ ପ୍ରଭାତ ଚନ୍ଦ୍ର ରଥ ଉତ୍ସବକୁ ଅଧ୍ୟକ୍ଷତା କରିଥିବାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଯୋଗେଶ୍ୱର ପ୍ରହରାଜ, ଉତ୍ସବ ଅବସରରେ ବରିଷ୍ଠ ନାଗରିକ ପ୍ରଭାକର ମିଶ୍ର, ଶିକ୍ଷାବିତ୍ ଲିଙ୍ଗରାଜ ଦାଶ, ସେବକ ରାଧାକୃଷ୍ଣ ପ୍ରଧାନୀ, ରାମଚନ୍ଦ୍ର ସାହୁ ଓ ଦେଶାତ୍ମକବୋଧ କବି ହଟ୍ଟକିଶୋର ମଲ୍ଲିକଙ୍କୁ ବୀର ସୁରେନ୍ଦ୍ର ସାଏ ସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଆୟୋଜିତ ଆଲୋଚନା ଚକ୍ର ଓ କବିତା ପାଠରେ ବସନ୍ତ କୁମାର ରଥ, କ୍ରିଷ୍ଣା ଦେବୀ, ସତ୍ୟନାରାୟଣ ମିଶ୍ର, ଅନ୍ନପୂର୍ଣ୍ଣା ଦେବୀ, ଚାରୁଲତା ମିଶ୍ର, ହେମାଙ୍ଗିନୀ ମହାନ୍ତି, ସାମ୍ବାଦିକ ଲକ୍ଷ୍ମୀନାରୟଣ ପଟ୍ଟନାୟକ, ଆଡ଼େଭୋକେଟ ଅଶୋକ କୁମାର ଆଢ୍ୟ, ତ୍ରିନାଥ ଦାଶ, ସହଦେବ ସାହୁ, ଶିବାନୀ ମିଶ୍ର, ଲଲାଟେନ୍ଦୁ ମିଶ୍ର, ଓ ଉମେଶ ଦାଶ, ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜର ମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଚିତରଂଜନ ଦାଶ, ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଷଳ ପ୍ରତିଷ୍ଠାନର ସମ୍ପାଦକ ଓଡ଼ିଆ ଅଧ୍ୟାପକ ଡ଼ଃ ବଳରାମ ଦାଶ। ରଥଙ୍କ ସହ ଦଳରେ ସ୍ଲୁଲର ଛାତ୍ର ମାଷ୍ଟର ସତ୍ୟଜିତ୍ ନାୟକ ଓ ମିସ୍ ଶକ୍ତି ସ୍ୱରୂପା ସାହୁଙ୍କୁ ବିଶିଷ୍ଟ ରୂପେ ପୁରସ୍କୃତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଶ୍ରୀ ସଞ୍ଜୟ ମିଶ୍ର, ଅରୂପ ବଳିୟାରସିଂହ, ଶ୍ରୀ ଲୋକନାଥ ରାୟ, ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଗୌରିରାଣୀ ମହାପାତ୍ର, ଶ୍ରୀମତୀ ସୁଶାନ୍ତି ରାଉତ, ସଙ୍ଗୀତା ବେହେରା, ମଧୁସ୍ମିତା ପଟ୍ଟନାୟକ, ଶୈଳବାଳା ସେଠୀ ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ରଧାନ ଶିକ୍ଷ୍ରତ୍ରୀ ଶ୍ରୀମତୀ ଅଜନ୍ତା ବଳିଆରସିଂହ ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦନ କରିବା ସହିତ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top