ଜଗଦୀଶ ସୁନା
କଟକ, ବୁର୍ଲା ଓ ବ୍ରହ୍ମପୁର ଏହି ତିନିଗୋଟି ମେଡ଼ିକାଲ କଲେଜକୁ ଛାଡ଼ିଦେଲେ ଅନ୍ୟ କୌଣସିି ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ଯକ୍ଷ୍ମା ରୋଗୀ ଏବଂ ଛାତୀ ରୋଗୀ ମାନଙ୍କ ପାଇଁ ୱାର୍ଡ଼ ନାହିଁ। ଯାହା ଫଳରେ କି ବିଭିନ୍ନ ଜିଲ୍ଲା ମାନଙ୍କରେ ଛାତି ରୋଗୀମାନେ ଚିକିତ୍ସାପାଇଁ ଜିଲ୍ଲାସ୍ଥିତ ହସ୍ପିଟାଲ ମାନଙ୍କୁ ଆସି ଜାଣତରେ ହେଉ ବା ଅଜାଣତରେ ହେଉ ଲୋକେ ଯକ୍ଷ୍ମା ଜୀବାଣୁ ନେଇକି ଯାଉଛନ୍ତି। ଛାତୀ ରୋଗ ବିଶେଷଜ୍ଞ ଭବାନୀପାଟଣା ଡ଼ାକ୍ତର ସୁଦାମ ଚରଣ ସାହୁଙ୍କ ମତ ନେଇ ଏଠାରେ କହିରଖିବାକୁ ଚାହୁଁଯେ, ସମସ୍ତ ମେଡ଼ିକାଲ କଲେଜରେ (ଟେର୍ସିଆରି ଲେନ୍ସ) ଛାତି ରୋଗୀଙ୍କ ପାଇଁ ଅଲଗା ୱାର୍ଡ଼ ଅଛି। କିନ୍ତୁ ଜିଲ୍ଲା ସ୍ତର, ଉପଖଣ୍ଡ ସ୍ତର ମାନଙ୍କରେ ଅଲଗା ୱାର୍ଡ଼ ନାହିଁ। ଯାହା ଫଳରେ ଯକ୍ଷ୍ମା ରୋଗୀ, ଶ୍ୱାସ ରୋଗୀ, ସି.ଓ.ପି.ଡ଼ି., ନିମୋନିଆ, ଫଙ୍ଗଲ ଇନ୍ଫେକ୍ସନ, ବ୍ରୋଙ୍କକାଇଡ୍ସ ସମସ୍ତେ ଗୋଟିଏ ୱାର୍ଡ଼ରେ ରହୁଛନ୍ତି। ଯାହା ଫଳରେ ଛାତିରୋଗୀ ଭଲ ହେବା ପାଇଁ ଆସି ଯକ୍ଷ୍ମାରେ ଆକ୍ରାନ୍ତ ହେଉଥିବାର ଅଭିଯୋଗ ହେଉଅଛି। ଏହି ଘଟଣାର ଜ୍ୱଳନ୍ତ ଉଦାହରଣ ଭବାନୀପାଟଣା ସଦର ହସପିଟାଲରେ ଦେଖିବାକୁ ମିଳେ। ଏହା ସଦ୍ୟ ଉଦାହାରଣ ଭବାନୀପାଟଣାଠାରୁ ଜଣାପଡ଼ିଥିବା ବେଳେ ସଂପୃକ୍ତ ଡ଼ାକ୍ତର ବିଶେଷଜ୍ଞ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଉପଲବ୍ଧ ନ ଥିବା କଥା ଦୃଷ୍ଟିକୁ ଆଣିଛନ୍ତି। ଭବାନୀପାଟଣା ସଦର ହସପିଟାଲର ସମସ୍ୟାକୁ ଉପସ୍ଥାପନା କରିବାକୁ ଗଲେ ମେଡ଼ିସିନ ୱାର୍ଡ଼ରେ ଛାତି ରୋଗୀଙ୍କୁ ରଖିବାପାଇଁ ଯାଗା ନାହିଁ। କାରଣ ଯେତିକି ବେଡ଼ ରହିବାକଥା ମେଡ଼ିକାଲରେ ଅଛି। ସେଥିରେ ମେଲେରିଆ, ସିକିଲସେଲ, ବିଷପାନ କରୁଥିବା ରୋଗୀ ଆଉ ସିକିଲ ହାର୍ଟ ରୋଗୀ, ଡ଼ାଏବେଟିଜ୍ ରୋଗୀ ରହୁଛନ୍ତି। ଛାତୀ ରୋଗୀ ରହିବାପାଇଁ ଏଠାରେ ବେଡ଼ର ଅଭାବ ଯେହେତୁ ଉପରୋକ୍ତ ରୋଗୀମାନେ ଭର୍ତ୍ତି ହୋଇ ରହୁଛନ୍ତି। ଛାତି ରୋଗୀ ରହିବାପାଇଁ ଯେଉଁ ୱାର୍ଡ଼ ତିଆରି ହେବାକଥା ତାହା ବଡ଼ ବଡ଼ ଭେଣ୍ଟିଲେସନର ସୁବିଧା ରହିବା କଥା। ଏପରିପ୍ରେକ୍ଷୀରେ ଛାତୀ ରୋଗୀଙ୍କୁ ଯକ୍ଷ୍ମା ୱାର୍ଡ଼ରେ ରଖିବା ଦ୍ୱାରା ଜାଣତରେ ହେଉ ବା ଅଜାଣତରେ ହେଉ ଯକ୍ଷ୍ମା ଜୀବାଣୁ ନେଇକି ଯାଉଛନ୍ତି। କେନ୍ଦ୍ର ସରକାର ତଥା ରାଜ୍ୟସରକାର ଏହି ଯକ୍ଷ୍ମା ରୋଗୀଙ୍କୁ ସମୁଳେ ଧ୍ୱଂସ କରିବାପାଇଁ ଗାଁ ଗଣ୍ଡାଠାରୁ ନେଇ ସଦର ମହକୁମା ସ୍ଥିତ ହସପିଟାଲ ମାନଙ୍କ ମଧ୍ୟରେ ବ୍ୟାପକ ମାତ୍ରାରେ ଏହାର ନିରାକରଣ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଜିଲ୍ଲା ସ୍ତରମାନଙ୍କରେ ଏପରି ତୃଟି ରହିଥିବାର ପରିଲକ୍ଷିତ ହେଉଛି। ଯାହା ଫଳରେ ରିସାଇକିଲିଙ୍ଗ ଭଳି ରୋଗୀ ବ୍ୟାପିବାରେ ଲାଗିଛି। ତେଣୁ ମେଡ଼ିକାଲ କଲେଜ ମାନଙ୍କରେ ଯେପରି ଛାତି ରୋଗୀ ଓ ଯକ୍ଷ୍ମା ରୋଗୀଙ୍କ ପାଇଁ ଅଲଗା ଅଲଗା ୱାର୍ଡ଼ ରହି ଚିକିତ୍ସା କରାଯାଉଅଛି ଏପରି ଜିଲ୍ଲା ସ୍ତରମାନଙ୍କରେ ହେଲେ ସଂକ୍ରମିତ ହେଉଥିବା ଛାତି ରୋଗୀମାନେ ଉପକୃତ ହୋଇପାରିବେ। ଏମ୍.ଡ଼ି.ଆର. ଭଳି ମାରାତ୍ମକ ଯକ୍ଷ୍ମା ରୋଗୀମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା ରାଜ୍ୟସରକାରଙ୍କ ଦ୍ୱାରା ଖୋଲା ଯାଇସାରିଲାଣି କିନ୍ତୁ ପର୍ଯ୍ୟାପ୍ତ ପରିମାଣରେ ଛାତି ଓ ଯକ୍ଷ୍ମା ରୋଗୀ ବିଶେଷଜ୍ଞ ନାହାନ୍ତି। ଓଡ଼ିଶାରେ କେବଳ ୧୩ ରୁ ୧୪ ଗୋଟି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ଜିଲ୍ଲାମାନଙ୍କରେ ଏହି ପଦବୀ ଖାଲି ରହୁଛି। ରୋଗୀଙ୍କ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା, ବାଲେଶ୍ୱର, ବରଗଡ଼, ଝାରସୁଗୁଡ଼ା ଓ ଅନ୍ୟାନ୍ୟ କେତେକ ଜିଲ୍ଲାରେ ଯକ୍ଷ୍ମା ରୋଗୀ ଚିକିତ୍ସାରେ ବିଶେଷଜ୍ଞ ନଥାଇ ମେଡ଼ିକାଲ ସ୍ପେଶାଲିଷ୍ଟ (ଭେଷଜ ବିଶେଷଜ୍ଞ) ଙ୍କୁ ନିଯୁକ୍ତି ଦିଆଯାଉଅଛି। ଯାହାକି ଏହା କୋଉ ନୀତିନିୟମରେ ଠିକ୍ ବୋଲି ସରକାର ପ୍ରତିପାଦିତ ଭାବୁଛନ୍ତି। ଦ୍ୱିତୀୟ କଥାଟି ହେଲା ପ୍ରତି ବର୍ଷ କଟକ, ବୁର୍ଲା ଓ ବ୍ରହ୍ମପୁର କଲେଜରୁ ୬ ରୁ ୮ ଟି ଜିଲ୍ଲା ଯକ୍ଷ୍ମା ଛାତି ରୋଗୀ ଡ଼ାକ୍ତର ବାହାରୁଛନ୍ତି। ସେମାନେ ସରକାରୀ ହସପିଟାଲରେ ନିୟୋଜିତ ନ ହୋଇ ଅନ୍ୟତ୍ର ଉଭାନ ହେଉଛନ୍ତି। ଆପୋଲୋ, ଆମରି, ସେଭେନହିଲ୍, କଳିଙ୍ଗ, ଏସ୍. ସ୍କିମ୍, କେ.ଆର ଭଳି ସେମାନେ ଘରୋଇ ବଡ଼ ବଡ଼ କମ୍ପାନୀ ମାନଙ୍କରେ କାମ କରୁଅଛନ୍ତି। ଯେଉଁ ରାଜ୍ୟରେ ପଢ଼ି ବାହାରୁଛନ୍ତି ସେମାନେ ପ୍ରାୟତଃ ପାଞ୍ଚବର୍ଷ ପର୍ଯ୍ୟନ୍ତ ସରକାରୀ ଡ଼ାକ୍ତରଖାନା ମାନଙ୍କରେ କାମ କରିବା ଉଚିତ୍। ସେମାନଙ୍କୁ ରାଜ୍ୟ ସରକାର କଟକଣା ଲଗାଇ ନ ପାରୁଥିବା ଯୋଗୁଁ ସେମାନେ ଅନ୍ୟତ୍ର ଚାଲିଯାଉଛନ୍ତି ଓ ଅଧିକରୁ ଅଧିକ ଟଙ୍କା ପାଇପାରୁଛନ୍ତି। ଏହା ମଧ୍ୟ ତାଙ୍କର ଅଧିକ ମାତ୍ରାରେ ଟଙ୍କା ପାଇବା ଲୋଭ। ସୂଚନାଯୋଗ୍ୟ ଯେ ଭବାନୀପାଟଣା ଯକ୍ଷ୍ମା ୱାର୍ଡ଼ରେ କିଛିଦିନ ତଳେ ୧୮ ଜଣ ଛାତି ରୋଗୀ ଯକ୍ଷ୍ମା ୱାର୍ଡ଼ରେ ରହି ଚିକିତ୍ସା ହୋଇଥିବାର ଉଦାହାରଣ ରହିଛି। ଏବେ ମଧ୍ୟ ବାଧ୍ୟ ହୋଇ ରଖିବାକୁ ପଡ଼େ ଯେହେତୁ ଛାତି ପାଇଁ ଅଲଗା ୱାର୍ଡ଼ ନାହିଁ। ବର୍ତ୍ତମାନ ଯକ୍ଷ୍ମା ୱାର୍ଡ଼ରେ ୧୩ ଜଣ ଯକ୍ଷ୍ମା ରୋଗୀ ରହି ଚିକିତ୍ସା ହେଉଥିବା ବେଳେ ଜଣେ ଏମ୍.ଡ଼ି.ଆର. ରୋଗୀକୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିବା ସଂପୃକ୍ତ ଡ଼ାକ୍ତର କହନ୍ତି।
ନେସ୍ନାଲ ମିଡ଼ିଆ ଟି.ବି. ଫେଲୋସିପ୍
