ରାୟଗଡା ତା-୦୨/୦୮/୨୦୧୮ (ଓଡ଼ିଆ ପୁଅ / ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲାର ସ୍ବାସ୍ଥ୍ୟ ସେବାର ନଗ୍ନଚିତ୍ର। ଏହା ଆମ ଜିଲ୍ଲା ପାଇଁ ନୂଆ ନୁହେଁ ବାରମ୍ବାର ଏହିପରି ଦୃଶ୍ୟ ଲଜ୍ଜିତ କରିଚାଲିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ୬କି:ମି ଭାରରେ ବୋହି ଆଣିବା ପରେ ୮ କି:ମି ଅଟୋ ରିସ୍କାରେ ରୋଗୀଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଲେ ପରିବାର ଓ ଗ୍ରାମବାସୀ। ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ କରପା ଗ୍ରାମପଞ୍ଚାୟତର ଲଣ୍ତାବାଲି ଗାଁର ମହିଳା ତାକୁଲି ପ୍ରାସ୍କା (୪୨) ରୋଗୀ ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କଲା ପରେ ମଧ୍ୟ ନ ଆସିବାରୁ ବାଧ୍ୟ ହୋଇ ଭାରରେ ବୋହି ଆଣିଲେ ଗ୍ରାମବାସୀ ଓ ପରିବାର। ଲଣ୍ଡାବାଲି ଗ୍ରାମର ପ୍ରାସ୍କା କାର୍ମୁଙ୍କ ସ୍ତ୍ରୀ ତାକୁଲି ପ୍ରାସ୍କା। ଗତକାଲି ଅପରାହ୍ନଠାରୁ ଅସୁସ୍ଥ ହୋଇ ପଡ଼ିଥିଲେ। ସଂନ୍ଧ୍ୟା ବେଳକୁ ତାକୁଲି ଆଉ ଚାଲବୁଲ କରିପାରିଲେ ନାହିଁ। ପାଟି ଫିଟିଲା ନାହିଁ। ରାତ୍ର ହୋଇଥିବା ଯୋଗୁଁ ପାହାଡ଼ ଅଞ୍ଚଳ ଏବଂ କାଦୁଅ ରାସ୍ତା ଯୋଗୁଁ ଗ୍ରାମବାସୀ ଓ ପରିବାର ରୋଗୀଙ୍କୁ ଆଣିପାରିଲେ ନାହିଁ। ସକାଳୁ ୧୦୮ ଆମ୍ବୁଲାନ୍ସକୁ ଗ୍ରାମବାସୀ ଯୋଗାଯୋଗ କରିଥିଲେ। ସେଠାରୁ କୌଣସି ଉତ୍ତର ନ ମିଳିବାରୁ ଏପଟେ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତ୍ୱ ହେବାରୁ ଗ୍ରାମବାସୀ ଓ ପରିବାର ରୋଗୀକୁ ବିଳମ୍ବ ନକରି ଭାରରେ ବୋହି ଆଣିଲେ। ଗ୍ରାମର ଦୂର ପ୍ରାସ୍କା, ସଲିକା ପ୍ରାସ୍କା, କୃଷ୍ଣ ପ୍ରାସ୍କା, ଜାଗିଲି ପ୍ରାସ୍କା ଏବଂ ନିଳିମା ପ୍ରାସ୍କାଙ୍କ ଦ୍ବାରା ୩ କି:ମି କାଦୁଅ ରାସ୍ତା ପାର ହେବା ପରେ ୩ କ:ମି ମାଟି ରାସ୍ତାରେ ୬କି:ମି ଦୂର ବୋହି ମୂର୍ଗାକଣା ପର୍ଯ୍ୟନ୍ତ ଆଣିବା ଖବର ପ୍ରଚାର ହୋଇଗଲା। କରପା ସରପଞ୍ଚ ଶୁଣିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଣି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ସେ ଠାରୁ କୌଣସି ଉତ୍ତର ନ ମିଳିବାରୁ ସରପଞ୍ଚ ଅଟୋ ଭଡ଼ା କରି ସେଠାରୁ ୮କି:ମି ଦୂର ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କଲ୍ୟାଣ ସିଂହ ପୁରକୁ ପଠାଯାଇଥିଲା। ବର୍ତ୍ତମାନ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ନାହିଁ ବୋଲି ଡ଼ାକ୍ତର ଚିନ୍ମୟ ଲିମା କହିଛନ୍ତି। ଆମେ ୧୦୮ ଆମ୍ବୁଲାନ୍ସ କାର୍ଯ୍ଯାଳୟ ସହ ଯୋଗାଯୋଗ କରିବାରୁ କହିଥିଲେ ଯେ ସେଗାଁରୁ ଫୋନ ଆସିଥିଲା। ସେ ସମୟରେ ୧୦୮ ଆମ୍ବୁଲାନ୍ସ ଖରାପ ଥିବା ହେତୁ କୌଣସି ଉତ୍ତର ଦେଇନଥିଲୁ ବୋଲି କହିଛନ୍ତି। ବିଡମ୍ବନା ର କଥା ହେଲା ଏମିତି ଘଟଣା ବାରମ୍ବାର ହେଉଥିବା ଯୋଗୁଁ କଲ୍ୟାଣସଂହପୁର ଅଞ୍ଚଳରେ ବାଇକ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଏବଂ ଏହା ବ୍ୟତୀତ ମୋବାଇଲ ଟେଣ୍ଟ ମେଡିକାଲ କ୍ୟାମ୍ପ ପାଇଁ ଜିଲ୍ଲା ଖଣିଜ ଅନୁଦାନ ପାଣ୍ଠିରୁ ତା-୧୦/୦୧/୨୦୧୮ରିଖ ରେ ଜିଲ୍ଲାର ସମସ୍ତ ଦୁର୍ଗମ ଅଞ୍ଚଳ ନିମନ୍ତେ ୧୧ ଲକ୍ଷ ୧୩ହଜାର ୩ଶହ ୫୬ଟଙ୍କା ବ୍ଯୟରେ ୮୬ ଗୋଟି ମୋବାଇଲ ଟେଣ୍ଟ ମେଡିକାଲ କ୍ୟାମ୍ପ କିଣାଯାଇଛି। ସେ ମଧ୍ୟ ରୁ କଲ୍ୟାଣସିଂହପୁର ବ୍ଳକ ପାଇଁ ୧୦ଗୋଟି ପ୍ରଦାନ କରିଛନ୍ତି ତା-୦୯/୦୨/୨୦୧୮ ରିଖରେ ସେଗୁଡ଼ିକ ବର୍ତ୍ତମାନ ଗଲା କୁଆଡେ। କାହିଁକି ଏହାର ବ୍ୟବହାର କରାଯାଉନାହିଁ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଆମ ଫୋନ କଲକୁ ଗ୍ରହଣ କରିନଥିଲେ।
ଓଡ଼ିଶାରେ ଏହିପରି ଚାଲେ ସ୍ୱାସ୍ଥ୍ୟା ସେବା ! କୋମାରେ ରାୟଗଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ
Posted by ODIA PUA on Thursday, 2 August 2018
