ଜିଲ୍ଲା ପରିକ୍ରମା

ଓଡ଼ିଆ ଭାଷା ସପ୍ତାହ ପାଳିତ

ଭଦ୍ରକ, ୧୯ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଓଡ଼ିଶା ସରକାରଙ୍କ ନିଦେ୍ର୍ଦଶ କ୍ରମେ ଏପି୍ରଲ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଭାଷା ସପ୍ତାହ ପାଳିତ ହେଉଛି । ଏହି ଅବସରରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସପ୍ତାହବ୍ୟାପୀ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ପ୍ରବଳ ଉସôାହର ସହ କର୍ମଚାରୀମାନେ ଜିଲାପାଳଙ୍କ ସଦ୍ଭାବନା ଗୃହରେ ଆୟୋଜିତ  ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଓଡ଼ିଆ ପ୍ରବନ୍ଧରେ ସରୋଜ କୁମାର ମଲ୍ଲିକ ପ୍ରଥମ, ଚିନ୍ମୟୀ ପାଣିଗ୍ରାହୀ ଦ୍ୱିତୀୟ ଓ ସ୍ୱାଗତିକା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଆ ଭାଷା ଜ୍ଞାନ ପ୍ରତିଯୋଗିତାରେ ସ୍ୱାଗତିକା ସାହୁ ପ୍ରଥମ, ସରୋଜ କୁମାର ମଲ୍ଲିକ ଦ୍ୱିତୀୟ ଓ ହରନାରାୟଣ ଦାଶ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ “ଓଡ଼ିଆ ଭାଷା କେତେ ସୁରକ୍ଷିତ” ଶୀର୍ଷକରେ ଏକ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ତପନ କୁମାର ସ୍ୱାଇଁ ପ୍ରଥମ, ପୂର୍ଣ୍ଣଚନ୍ଦ୍ର ସିଂହ ଦ୍ୱିତୀୟ ଓ ନିରଜା ଗଡପଲ୍ଲା ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଆଜି ଜିଲାପାଳ ଜ୍ଞାନ ଦାସ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ପିଡି ମଧୁସୂଦନ ମିଶ୍ର (୨), ଜିଲା ସ୍ୱଳ୍ପ ସଂଚୟ ଅଧିକାରୀ ପଦ୍ମନ ରାୟ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ସହକାରୀ ଜିଲାପାଳ ସୌମ୍ୟଶ୍ରୀ ପାଣିଗ୍ରାହୀ, ଜିଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକ ଅଭୟ କୁମାର ନାୟକ, ଶିଳ୍ପ ବିକାଶ ଅଧିକାରୀ ଶଶିଶେଖର ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଜିଲାସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ପୁସ୍ତକ ମେଳାର ଉଦ୍ଘାଟନ ଅବସରରେ ପୁରସ୍କୃତ କରିଥିଲେ । ଓଡ଼ିଆ ଭାଷାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଉପଢୌକନ ସହ ପ୍ରଶାସନିକ ଶବ୍ଦକୋଷ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ୧୯୫୪ ମସିହାରୁ ଓଡ଼ିଆ ସରକାରୀ ଭାଷା ଅଧିନିୟମ ପାରିତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଆଶାନୁରୂପ ହୋଇପାରିନାହିଁ । ଏଥିନିମନ୍ତେ ଓଡ଼ିଶା ସରକାର ପ୍ରତିବର୍ଷ ୧୫ ରୁ ୨୧ ଏପି୍ରଲକୁ ଓଡ଼ିଆ ଭାଷା ସପ୍ତାହ ରୂପେ ପାଳନ କରିବାକୁ ପ୍ରଶାସନିକ ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲାସ୍ତରରେ ଓଡ଼ିଆ ଭାଷା ସପ୍ତାହ ସମଗ୍ର ରାଜ୍ୟରେ ପାଳିତ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top