ଜିଲ୍ଲା ପରିକ୍ରମା

ଓଡ଼ିଆ ଭାଷା ଓ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା ୨୩-୦୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଯାଜ୍ଞସେନୀ ଓ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ରୂପେ ମହାବିଦ୍ୟାଳୟର ଅଧକ୍ଷ ଦେବେନ୍ଦ୍ର ବେହେରା, ମୁଖ୍ୟବକ୍ତା ରୂପେ ଅଧାପକ ଅଜୟ କୁମାର ମିଶ୍ର ଓ ଯାଜ୍ଞସେନୀର ଅଧକ୍ଷ ଡ଼. ପ୍ରମିଳା ପଣ୍ଡା, ଉପାଧକ୍ଷ ଡ଼. ଜ୍ୟୋସ୍ନା ପଟ୍ଟାନାୟକ, ବରିଷ୍ଠ ସାହିତ୍ୟିକା ବିଷ୍ଣୂପ୍ରିୟା ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଯାଜ୍ଞସେନୀର ଅଧକ୍ଷା ଡ.ପଣ୍ଡାଙ୍କ ସଭାପତିତ୍ୱରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଅଧକ୍ଷ ଡ଼. ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଡ଼ଃ ପଣ୍ଡା ଯାଜ୍ଞସେନୀର କାର୍ଯ୍ୟକଳାପ ସହ ଓଡ଼ିଆ ଭାଷା ପ୍ରତି ସଙ୍ଗଠନର ପ୍ରତିବଦ୍ଧତାକୁ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଅଧ୍ୟପକ ମିଶ୍ର କହିଲେ, ଭାଷାର ବାନ୍ଧକଳା ହେଉଛି ସାହିତ୍ୟ। ପାଠକୀୟ ବୋଧକତା ଉପରେ ହିଁ ସାହିତ୍ୟ ନିର୍ଭରଶୀଳ। ଏହାସହ ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ଉପରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ସେହିପରି ଦୃଢ଼ ଉଚ୍ଚାରଣ ସାହିତ୍ୟ ପାଇଁ ବିପଦଜନକ ବୋଲି ସେ କହିଥିଲେ। ଯାଜ୍ଞସେନୀର ଉପାଧକ୍ଷ ଡ଼. ପଟ୍ଟନାୟକ ନିଜ ବକ୍ତବ୍ୟରେ ଆଧ୍ୟତ୍ମିକବାଦ ଉପରେ ଆଲୋଚନା କରିଥିଲେ। ଆଧ୍ୟତ୍ମିକ ହେଲା ଭାରତୀୟ ସଂସ୍କୃତିର ଏକ ଅଙ୍ଗ। ଭାରତୀୟ ଆଧ୍ୟତ୍ମିକବାଦ ବିଶ୍ୱରେ ସର୍ବଜନବିଦିତ ବୋଲି ସେ ମତ ରଖିଥିଲେ। ଅନ୍ୟତମ ଅତିଥି ଶ୍ରୀମତି ମହାପାତ୍ର ନିଜ ବକ୍ତବ୍ୟରେ କହିଲେ ବିଭିନ୍ନ ଭାଷାକୁ ଆୟତ କର କିନ୍ତୁ ନିଜ ମାତୃଭାଷାକୁ ଭୁଲ ନାହିଁ। ଭାଷା ବଂଚାଇବାକୁ ହେଲେ ପ୍ରଥମେ ପରିବାରରୁ ହିଁ ଆରମ୍ଭ ହେବା ଦରକାର। ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟପକ ଡ଼ଃ. ପ୍ରଶାନ୍ତ ମହାରଣା ମଂଚ ସଂଚାଳନ ସହ ଭାଷା, ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ସେହିପରି ଯାଜ୍ଞସେନୀ ତରଫରୁ ପ୍ରତିଯୋଗିତାରେ ବିଜୟିନୀ ସାଗରିକା ଜେନାଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପାଦିକା ନୀନାରାଣୀ ଜେନା, ପୁଷ୍ପଲତା ନାୟକ ସହଯୋଗ କରିଥିବାବେଳେ ବରିଷ୍ଠ ଅଧ୍ୟପକ ଗିରିଜା ଶଙ୍କର ଗୋସ୍ୱାମୀ, ଡ଼. ରୁକ୍ମିଣୀ ସାହୁ, ଡ଼. ସୁଚିତ୍ରା ମହାନ୍ତି, ସସ୍ମିତା ସାମଲ ତଥା ବହୁ ଅଧ୍ୟପକ ଅଧ୍ୟପିକା ଓ ସ୍ନାତକୋତର ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରୁଥିଲେ। ଛାତ୍ରଛାତ୍ରୀ ପ୍ରାରମ୍ଭରେ ସଙ୍ଗୀତ ପରିବେଷଣ କରିଥିଲେ। ଅଧ୍ୟକ୍ଷ ଡ. ବେହେରା ଧନ୍ୟବାଦ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top