ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ଓ ଶହୀଦ୍ ଭଗତ ସିଂହଙ୍କ ଫାଶୀ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭଦ୍ରକ,୧୧ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ପ୍ରଗତିଶୀଳ ସାହିତ୍ୟ ପରିଷଦ ଭଦ୍ରକ ଆନୁକୂଲ୍ୟରେ ଆସନ୍ତା ୨୩ ତାରିଖରେ ପାଳିତ ହେବାକୁ ଯାଇଥିବା ଶହୀଦ୍ ଭଗତ ସିଂହଙ୍କ ୮୮ତମ ଫାଶୀ ଦିବସ ସଂପର୍କିତ ପ୍ରସ୍ତୁତି ବୈଂକ ଆୟୋଜିତ ହୋଇଥିଲା । ଏହି ବୈଠକରେ ପରିଷଦର ଅଧ୍ୟକ୍ଷ ଆଇନ୍ଜୀବୀ ଗିରିଧାରୀ ନାଥ ସଭାପତିତ୍ୱ କରିଥିଲେ । ପରିଷଦର ସଂପାଦକ ପ୍ରଫେସର ଅଟଳ ବିହାରୀ ନାୟକ, କୋଷାଧ୍ୟକ୍ଷ ଦୁର୍ଯେ୍ୟାଧନ ନାୟକ ଏବଂ ସଦସ୍ୟ ଡ. କ୍ଷୀରୋଦ କୁମାର ସାମଲ, ଡ. ରାଧାରାଣୀ ମହାପାତ୍ର, ଆଇନ୍ଜୀବୀ ଅଗଣି ଚରଣ ଯେନା, ଅତିଥି ସଦସ୍ୟ ଅଶୋକ କୁମାର ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଉସôବ ଭଦ୍ରକ ଜିଲା ସଂସ୍କୃତି ଭବନରେ ଅପରାହ୍ନ ୪ଟା ସମୟରେ ଅନୁଷ୍ଠିତ ହେବାକୁ ସ୍ଥିର ହେଲା ଓ ଏଥି ଉପଲକ୍ଷେ ପ୍ରଗତିଶୀଳ ଚେତନା ସମ୍ବଳିତ ଏକ କବିତା ପାଠୋସôବ ଦିବା ୨.୩୦ ଘଟିକାରେ ଅନୁଷ୍ଠିତ ହେବ । ଏଥିସହିତ ଓଡ଼ିଆ ଭାଷାର ୪ର୍ଥ ବର୍ଷର ଶାସ୍ତ୍ରୀୟ ମାନ୍ୟତା ଦିବସ ଭାଷା ସୁରକ୍ଷା ସମ୍ମିଳନୀ, ଭଦ୍ରକ ପକ୍ଷରୁ ପାଳନ କରାଯାଇଥିଲା । ପ୍ରଫେସର ଡ. କ୍ଷୀରୋଦ କୁମାର ସାମଲ, ଡ. ରାଧାରାଣୀ ମହାପାତ୍ର ପ୍ରମୁଖ ଆମ ଭାଷାର ଶାସ୍ତ୍ରୀୟତା ସଂପର୍କରେ ବହୁ ତାତ୍ତ୍ୱିକ ଆଲୋଚନା କରିଥିଲେ ଓ ଉପସ୍ଥିତ ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଓଡ଼ିଆ ଭାଷା, ଓଡ଼ିଶାୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ପରେ ଓଡ଼ିଶାୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି କରାଗଲା । ଓଡ଼ିଆ ଭାଷା ଆୟୋଗ ଖୁବ୍ ଶୀଘ୍ର ଗଠନ କରିବାକୁ ଓଡ଼ିଶା ସରକାର ପଦକ୍ଷେପ ଗ୍ରହଣ ନେବାକୁ ସଭାରେ ମତପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *