ad
ଜିଲ୍ଲା ପରିକ୍ରମା

ଓଡ଼ିଆ ଭାଗବତ ଅତିବଡ଼ୀଙ୍କୁ ଚିରସ୍ମରଣୀୟ କରିଛି

ପୁରୀ, ୧୩/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଓଡ଼ିଆ ଭାଗବତ ଅତିବଡ଼ୀ ଜଗନ୍ନାଥ ଦାସଙ୍କୁ ଚିରସ୍ମରଣୀୟ କରି ରଖିଛି। ଓଡ଼ିଶାର ସାରସ୍ୱତ ଭଣ୍ଡାରକୁ ଅତିବଡ଼ୀଙ୍କର ଏହା ସର୍ବଶ୍ରେଷ୍ଠ ଅବଦାନ ବୋଲି ମହାପ୍ରୟାଣ ତଥିରେ ବକ୍ତାମାନେ ମତ ଦେଇଛନ୍ତି। ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ ପକ୍ଷରୁ ମଙ୍ଗଳବାର ସର୍ବମଙ୍ଗଳା ପାଠାଗାରରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସଦାଶିବ ମିଶ୍ର ସେଥବରେ ସଭାପତିତ୍ୱ କରିଥିବା ବେଳେ ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର, ଲକ୍ଷ୍ମୀଧର ଖୁଂଟିଆ ଏବଂ ବିଭୁଦତ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ରଥ ଅତିବଡ଼ୀଙ୍କ ଜୀବନୀ ସମ୍ପର୍କରେ ସୂଚନା ଦେଇଥିଲେ। ମନୋରମା ଆଚାର୍ଯ୍ୟ ଭାଗବତ ପାଂ କରିଥିଲେ। ଉପସଭାପତି ଶିବସୁନ୍ଦର ମିଶ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ ହୋଇଥିଲା। କବି ଉମାକାନ୍ତ ମହାପାତ୍ର, ସହଦେବ ସାହୁ, ହରେକୃଷ୍ଣ ପ୍ରଧାନୀ, ସୁରେଶ ପଟ୍ଟନାୟକ, ଚାରୁଲତା ମିଶ୍ର, ରବିନ୍ଦ୍ର ପଟ୍ଟନାୟକ, ଦୀନବନ୍ଧୁ ଦାଶ, ଗଦାଧର ନନ୍ଦ କବିତା ପାଂ କରିଥିଲେ। ଅତିବଡ଼ୀଙ୍କ ସାଧନା ପୀଠ ସାତଳହନି ମଠରେ ମହାପ୍ରାୟଣ ତିଥି ପାଳିତ ହୋଇଛି। ସାଧନା ପୀଠରୁ ଜନ୍ମପୀଠ କପିଳେଶ୍ୱର ପର୍ଯ୍ୟନ୍ତ ଜ୍ୟୋତିଯାତ୍ରା ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଡ଼ଃ ଉମେଶ ଚନ୍ଦ୍ର ଚିନରା ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରବଚକ ମିତେଶ ମାନସ ପାତ୍ର, ପ୍ରମୋଦ ଦାସ ମହାରାଜ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବ୍ରହ୍ମଚାରୀ ବାମଦେବ ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବଲାଙ୍ଗିର ଭଏଁସା ଆଶ୍ରମ, କେନ୍ଦୁଝର କୋଟାପଡ଼ା, ଯାଜପୁର ମୁଗେଲ ପାଟଣା, ଜଳସୁଆଁ, କେନ୍ଦ୍ରପଡ଼ା, ପାରିପଲେଇ ଅଞ୍ଚଳରୁ ଶତାଧିକ ଲୋକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅବସରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଭାଗବତ ପାଠ କରାଯିବା ସହ ନଗର ସଂକୀର୍ତନ ପରିବେଷଣ କରାଯାଇଥିଲା। ବଡ଼ ଓଡ଼ିଆ ମଠରୁ ଅତିବଡ଼ୀ ଜଗନ୍ନାଥ ଦାସ ସାତଳହଡ଼ି ମଠକୁ ବିଜେ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top