ଓଡ଼ିଆ ପୁଅ ଖବରର ପ୍ରଭାବ: ଖବର ପ୍ରକାଶ ପରେ ପ୍ରଶାସନ ପହଞ୍ଚିଲା ଦାମୋଦର ପାଖରେ

ଖଇରା/ବାଲେଶ୍ୱର, ୩/୧(ଓଡ଼ିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା) – ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ପାଇକପଡା ଗାଁର କୁଞ୍ଜବନ ସାହିର ନିତ୍ୟାନନ୍ଦ ନାଇକର ଅସହାୟ ତଥା ପେଟ ଯନ୍ତ୍ରଣା ଭୋଗୁଥିବା ପୁଅ ଦାମୋଦରର ବିଷୟରେ ଓଡ଼ିଆ ପୁଅରେ ଗତକାଲି ଖବର ପ୍ରକାଶ ପରେ ଆଜି ବାଲେଶ୍ୱର ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଔପଦା ତହସିଲଦାରଙ୍କୁ ଖବର ଦେଇଥିଲେ। ତହସିଲଦାର ରତନଲାଲ ମୁଣ୍ଡା ଓ ଆରଆଇ ଚନ୍ଦନ କୁମାର ସେଠୀ ତତ୍କ୍ଷଣାତ ଯାଇ ପାଇକପଡା ଗାଁର କୁଞ୍ଜବନ ସାହିରେ ପହଞ୍ଚିଥିଲେ। ନିତ୍ୟାନନ୍ଦଙ୍କ ପରିବାର ଠାରୁ ଅସହାୟ ପୁଅ ଦାମୋଦର ବିଷୟରେ ପଚାରି ବୁଝିବା ସହିତ ଉପସ୍ଥିତ ଗ୍ରାମବାସୀଙ୍କଠାରୁ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ। ତହସିଲଦାର ସଙ୍ଗେସଙ୍ଗେ ୧୦୮ଆମ୍ବୁଲାନସକୁ ଡକାଇଥିଲେ। ୧୦୮ପହଞ୍ଚିବାପରେ ଖଇରା ମେଡିକାଲକୁ ଆଣି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଦାମୋଦର ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ମେଡିକାଲକୁ ପଠାଇଦେଇଛନ୍ତି। ଏ ବିଷୟରେ ତହସିଲଦାର ରତନଲାଲ ମୁଣ୍ଡାଙ୍କୁ ପଚାରିବାରୁ “ଓଡ଼ିଆ ପୁଅ”ରେ ଖବର ପ୍ରକାଶ ପରେ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି। ଦାମୋଦରର ଆରୋଗ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଆର୍ଥିକ ସହାୟତା ପାଇବ ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *