ଓଡ଼ିଆ ଅସ୍ମିତାର ଉନ୍ମେଷ ପାଇଁ ସ୍ୱଭାବ କବିଙ୍କ ଅବଦାନ ଅତୁଳନୀୟ

ତିର୍ତ୍ତୋଲ୨୭/୮(ଓଡ଼ିଆ ପୁଅ/ଟୁକନ ସେଠୀ) -ଓଡ଼ିଆ ଭାଷାର ପ୍ରସାର, ପ୍ରଚାର ଓ ପ୍ରକାଶ ପାଇଁ ଉସ୍ୱର୍ଗୀକୃତ ନିରଳସ ସାହିତ୍ୟ ସେବୀ ଅନୁଷ୍ଠାନ ଝଙ୍କଡ଼ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହର ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ମଣିଜଙ୍ଗା ସ୍ଥିତ ସୁଜ୍ଜାଉଦ୍ଦିନ ନଗର ପାଟଣାର ମା ନାରାୟଣୀ ପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ଉପଦେଷ୍ଟା ନିତ୍ୟାନନ୍ଦ ଜେନା ପ୍ରଦ୍ୱୀପ ପ୍ରଜ୍ୱଳନ କରି ଆସରକୁ ଉଦଘାଟନ କରିଥିଲେ। ସାଧାରଣ ସମ୍ପାଦକ ଗୋଲୋକ ବିହାରି ପଲାଇ ପ୍ରାରମ୍ଭିକ ସୂଚନା ଦେଇ ସ୍ୱଭାବ କବି “ଉତ୍କଳ ଲକ୍ଷ୍ମୀ”, “ଉତ୍କଳ ଗୌରବ”, ଓ “ଉତ୍କଳ ଭାରତୀ”ଙ୍କୁ ନିବେଦନ କରି ଜଣେ ଦେଶ ପ୍ରେମୀଭାବେ ନିଜକୁ ପରିଚିତ କରାଇଛନ୍ତି। ତେଣୁ ଓଡ଼ିଆ ଅସ୍ମିତାର ଉନ୍ମେଷ ପାଇଁ ତାଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥିଭାବେ ପ୍ରାଧ୍ୟାପିକା ଡ଼. ବିଷ୍ଣୁ ପ୍ରିୟା ଦାସ ସ୍ୱଭାବ କବିଙ୍କ ତପସ୍ୱିନି ଓ ପ୍ରଣୟ ବଲ୍ଲରୀ କାବ୍ୟରେ ଆଦର୍ଶ ନାରୀ ଚରିତ୍ର ଉପରେ ବାଖ୍ୟା କରିଥିଲେ। ସମ୍ମାନୀତ ଅତିଥିଭାବେ ମଣିଜଙ୍ଗା ଗ୍ରାମପଞ୍ଚାୟତର ସରପଞ୍ଚ ମମତା ସାହୁ, ପଞ୍ଚାୟତ ସମିତିସଭ୍ୟ ଆଳଇନିଜିବୀ ପ୍ରିୟବ୍ରତ ଗୋସ୍ୱାମୀ, ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ୍ତ କୁମାର ଦାସ ଯୋଗଦେଇ ମେହେରଙ୍କ କାବ୍ୟ କବିତା ଉପରେ ଆଲୋକପାତ କରିଥିଲେ। ସଭାପତି ଆଚାର୍ଯ୍ୟ ତାଙ୍କ ଅଭିଭାଷଣରେ ସ୍ୱଭାବ କବି ଜୀବନ ଓ ପ୍ରକୃତିକୁ କବିତାରେ ଏକାତ୍ମକ କରିବାରେ ପାରଦର୍ଶିବୋଲି କହିବା ସଙ୍ଗେ ସଙ୍ଗେ ପ୍ରକୃତିକୁ ଜିବନ ଦେଇ କବିତା ଲେଖିଥିବାରୁ ସେ ସ୍ୱଭାବ କବିଭାବେ ପରିଚିତ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ କବୟତ୍ରୀ ଭଉଣୀମାନେ କବିଭାଇମାନଙ୍କ ହାତରେ ରାକ୍ଷୀବନ୍ଧନ କରିଥିଲେ ଓ କବିଭାଇମାନଙ୍କ ତରଫରୁ ବରିଷ୍ଠ ନାରଗରିକ ନିତ୍ୟାନନ୍ଦ ଜେନା ଶ୍ରଦ୍ଧା ଓ ମମତାପୂର୍ଣ୍ଣ ଆବେଗରେ ଭଉଣୀମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ଏକ ନୂତନ ପରମ୍ପରା ସୃଷ୍ଟି କରିଥିଲେ। କବୟତ୍ରୀ ସବିତା ନାୟକ ଓ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁଙ୍କ ସଂଯୋଜନାରେ ୫୦ରୁ ଉର୍ଦ୍ଧ କବି ଓ କବୟତ୍ରୀ ସ୍ୱରଚିତା କବିତା ପାଠ କରିଥିଲେ। ବରିଷ୍ଟ ଆଇନିଜିବୀ ପ୍ରଶାନ୍ତ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଅତିଥିମାନେ ପ୍ରାଧ୍ୟାପିକା ଡ଼. ବିଷ୍ଣୁପ୍ରିୟା ଦାସଙ୍କୁ ତାଙ୍କର ସାରସ୍ୱତ କୃତି ପି.ଏଚ.ଡ଼ି ଡ଼ିଗ୍ରୀ ପାଇଁ ଅନୁଷ୍ଠାନ ତରଫରୁ ମାନପତ୍ର, ଉପଢ଼ୌକନ ଓ ଫୁଲତୋଡ଼ା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସଂଗଠନ ସମ୍ପାଦକ ବାସବ କୁମାର ନନ୍ଦ, ଶିକ୍ଷକ ଶ୍ରୀନାଥ ସାହୁ, କବି ଅମରଜୋତି ସାହୁ, ନିତ୍ୟାନନ୍ଦ ନାୟକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ଅଶୋକ କୁମାର ରାଉତ, ପରମାନନ୍ଦ ମିଶ୍ର, ଆରତୀ ତ୍ରିପାଠୀ, ହେମନ୍ତ କୁମାର ନାୟକ, ବିଷ୍ଣୁ ପ୍ରସାଦ କାନୁନଗୋ, ଝୁଲରାମ ଦାସ, ସମିର କୁମାର ପଟ୍ଟନାୟକ, ଦିଗମ୍ବର ରାଉତ, ରମେଶ ଚନ୍ଦ୍ର ସ୍ୱାଇଁ, ଶ୍ୟାମସୁନ୍ଦର ବେହେରା, ପ୍ରଦୀପ କୁମାର ଦାଶ, ଦେବେନ୍ଦ୍ର ନାଥ କର, ନିଳମଣି ମଲ୍ଲିକ, ଅଶ୍ୱିନୀ କୁମାର ଦାସ, ଶ୍ରୀକାନ୍ତ ଦାସ, ବରଦା ପ୍ରଶନ୍ନ ରାଉତ, ମାନସୀ ଶତପଥି, ଶ୍ରୀକୃଷ୍ଣ ନାୟକ, ଚୌଧୁରୀ ରାଧାମୋହନ ପରିଜା, ସୁରେନ୍ଦ୍ର କୁମାର କାୟସ୍ତ, ବିନୟ କୁମାର ସ୍ୱାଇଁ, ସୁବାଷ ଚନ୍ଦ୍ର ପଢ଼ିଆରୀ ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ତଥା ଆଇନିଜିବୀ ଟୁକନ ଚରଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *