ଓଡ଼ାନ ଲକ୍ଷ୍ୟ ସଙ୍ଗଠନ ପକ୍ଷରୁ ଯୁବକ ଉଦ୍ଧାର

ଅନୁଗୋଳ, ୭/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଓଡ଼ାନ ଲକ୍ଷ୍ୟ ସଙ୍ଗଠନ ପକ୍ଷରୁ ରବିବାର ସକାଳେ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଧିନସ୍ଥ ଚାଇଁପାଳ ନିକଟରୁ ଜଣେ ଅସହାୟ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଯୁବକଙ୍କ ନାମ ପିଂଟୁ ସିକାଲ (୨୩)ଏବଂ ତାର ଘର କଲକତା ପଟରାପଲ୍ଲୀ ଥାନା ଅନ୍ତର୍ଗତ ବୋଡ଼ା ଅଂଚଳରେ ବୋଲି ଜଣାପଡ଼ିଛି। ତେବେ ଯୁବକ ଜଣକ ମୁକ ହୋଇଥିବାର ଜଣାପଡ଼ିଛି। ସଙ୍ଗଠନର ସଦସ୍ୟମାନେ ଯୁବକଙ୍କୁ ଉଦ୍ଧାର କରି ତାର ସେବା ଯତ୍ନ କରିବାପରେ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ନେଇ ତାହାର ଚିକିତ୍ସା କରାଇଛନ୍ତି। ତାଳଚେର କିମ୍ବା ବଅଁରପାଳ ଥାନା ସହଯୋଗରେ ଯଥାଶୀଘ୍ର ଉକ୍ତ ମୁକ ଯୁବକଙ୍କୁ ତାର ଘରର ସଠିକ୍ ଠିକଣାରେ ପଠାଇ ଦିଆଯିବ ବୋଲି ସଙ୍ଗଂନର ରାକେଶ ପଟ୍ଟନାୟକ ଜଣାଇଛନ୍ତି। ସ୍ୱେଚ୍ଛାସେବୀ ସଙ୍ଗଠନ ‘ଦ ନ୍ୟୁ ହରାଇଜନ’ର ସାଧାରଣ ସମ୍ପାଦକ ବିଷ୍ଣୁମୋହନ ରଥ ଯୁବକଙ୍କର ସମସ୍ତ ଖର୍ଚ୍ଚ ତାଙ୍କ ସଙ୍ଗଠନ ବହନ କରିବ ବୋଲି ଏହି ଅବସରରେ ଜଣାଇଥିଲେ। ସଙ୍ଗଠନର ଏତାଦୃଶ ସହାୟତାକୁ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *