ଓସ୍ତପୁର ପଞ୍ଚାୟତ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର 

କେନ୍ଦ୍ରାପଡା ୫/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ନାଗପୁର, ଦେପୁର, ଚକଡାବାରଙ୍ଗ, କଦଳିବାଡି ପ୍ରଭୃତି ଗ୍ରାମକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପାନୀୟଜଳ ପହଁଚିପାରୁନଥିବାରୁ ଗ୍ରାମବାସୀମାନେ ଆଜି ଜନଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ଉପରୋକ୍ତ ଗ୍ରାମ ଗୁଡିକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ଯାଇଥିବା ପାନୀୟଜଳ ପାଇପ୍ ସହିତ ଆବଶ୍ୟକ ସଂଯୋଗୀକରଣ କରାଯାଇନଥିବାରୁ ଏହି ଗ୍ରାମ ଗୁଡିକର ପ୍ରାୟ ୪ହଜାର ଗ୍ରାମବାସୀ ପାନୀୟ ଜଳ ସଂକଟର ସମ୍ମୁଖୀନ ହେଉଛନ୍ତି ଏବଂ ଗୋବରୀ ନଦୀର ପାନିକୁ ପାନୀୟ ଜଳଭାବେ ବ୍ୟବହାର କରି ଝାଡାବାନ୍ତି ଭଳି ରୋଗରେ ପଡୁଛନ୍ତି ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଏ ସଂପର୍କରେ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ଆଗାମୀ ଗ୍ରୀଷ୍ମ ଋତୁରେ ପାନୀୟଜଳ ଅତ୍ୟନ୍ତ ସଙ୍କଟ ଜନକ ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ଥିବାରୁ ତା ପୂର୍ବରୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବା ପାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେବାପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଗୋଲଖ ଚନ୍ଦ୍ର ପାତ୍ର, ରଜନିକାନ୍ତ ନାୟକ, ଅନ୍ତର୍ଯ୍ୟାମୀ ମଲ୍ଲିକ, ବିଦ୍ୟାଧର ମଲ୍ଲିକ, ଗୌରାଙ୍ଗ ନାୟକ, ଅକ୍ଷୟ ମଲ୍ଲିକ, ମହେଶ୍ୱର ମଲ୍ଲିକ ପ୍ରମୁଖ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *