ad
ଭୁବନେଶ୍ୱର

ଓମ୍ ନିବାସରେ ୮୨ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପାଳନ

ଭୁବନେଶ୍ୱର, ୧୪ା୨ (ଓଡ଼ିଆ ପୁଅ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ସେବାକେନ୍ଦ୍ର ଓମ୍ ନିବାସରେ ୮୨ତମ ଶିବ ଜୟନ୍ତୀ ମହା ଆଡମ୍ବରରେ ପାଳନ କରାଯାଇ ଛି। ପ୍ରଥମେ ଦୀପ ପ୍ରଜ୍ୱଳନ କରି ଏକ ଆଡମ୍ବରପୂର୍ଣ୍ଣ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ଭ୍ରାତା ଏସ୍.କେ. ସିଂହ ଜଏଣ୍ଟ ଡାଇରେକ୍ଟର କୋପରେସନ୍, ଓଡ଼ିଶା ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ସେ ତାଙ୍କ ଭାଷଣରେ ପରମାତ୍ମା ଶିବଙ୍କର ମହିମାଗାନ କରିଥିଲେ। ଆଧ୍ୟାତ୍ମିକ ଦ୍ୱାରା ହିଁ ଜୀବନର ଶ୍ରେଷ୍ଠ ଲକ୍ଷ୍ୟକୁ ପ୍ରାପ୍ତ କରିବା ସହଜ ସାଧନ ଅଟେ। ସମ୍ମାନୀୟ ଅତିଥି ରୂପେ ଭ୍ରାତା ମୂରଲୀଧର ଅଗ୍ରୱାଲ୍ ସଭାପତି ହିନ୍ଦୁ ଆଧ୍ୟାତ୍ମିକ ମେଳା ଓ ସେବା ଯୋଗଦେଇ ପରମାତ୍ମାଙ୍କୁ ହିଁ ସର୍ବଆତ୍ମାଙ୍କ ପିତା ଏବଂ ସବୁ ଧର୍ମର ମାର୍ଗଦର୍ଶକ ବୋଲି ନିଜ ଭାଷଣରେ ପ୍ରତିପାଦନ କରିଥିଲେ। ଭ୍ରାତା କୈଳାସ ଚନ୍ଦ୍ର କାନୁନ୍ଗୋ ବରିଷ୍ଠ ଆଇନ୍ଜୀବୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ରୂପେ ସେବାକେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ଗୀତା ଭଉଣୀ ଶିବରାତ୍ରୀର ଆଧ୍ୟାତ୍ମିକ ରହସ୍ୟକୁ ସମସ୍ତ ଆଗରେ ପ୍ରତିପାଦନ କରିଥିଲେ। ସଭାକାର୍ଯ୍ୟକୁ ବ୍ରହ୍ମାକୁମାରୀ ଧରିତ୍ରୀ ଭଉଣୀ ସଂଚାଳନ କରିଥିଲେ।

ଏତଦ୍ବ୍ୟତୀତ ପରମାତ୍ମା ଶିବଙ୍କର ୮୨ତମ ଜୟନ୍ତୀ ଉପଲକ୍ଷେ ଶିବ ପତାକା ସମସ୍ତ ଅତିଥିମାନଙ୍କ ଗହଣରେ ଉତ୍ତୋଳନ କରାଯାଇଥିଲା। ଏଥିରେ ପ୍ରାୟ ୪୦୦ ଭାଇ ଭଉଣୀ ଯୋଗଦାନ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top