– ପେଟ୍ରୋଲଜାତ ଦ୍ରବ୍ୟର ଆମଦାନୀ କରୁଥିବା ଦେଶ ମାନଙ୍କର ସ୍ଥିର ଅର୍ଥନୀତି ଉପ୍ତାଦନକାରୀ ରାଷ୍ଟ୍ର ସମ୍ୂହର ବଜାର ବୃଦ୍ଧିରେ ସହାୟକ ହେବ
ଭିଏନା/ଭୁବନେଶ୍ୱର ୨୦ ଜୁନ (ଓଡ଼ିଆ ପୁଅ) -ପେଟ୍ରୋଲଜାତ ଦ୍ରବ୍ୟର ଦାୟିତ୍ୱ ସମ୍ପନ୍ନ ମୂଲ୍ୟ ନିର୍ଦ୍ଦାରଣ ଉପରେ ଓପେକ ରାଷ୍ଟ୍ରମାନଙ୍କର ଅଷ୍ଟ୍ରିଆର ରାଜଧାନୀ ଭିଏନା ଠାରେ ଅନୁଷ୍ଠିତ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ବିଶ୍ୱକୁ ପ୍ରଗତିର ରାସ୍ତାରେ ଆଗେଇ ନେବାକୁ ହେଲେ ଦୁନିଆର ସବୁପଟର ଦେଶକୁ ପ୍ରଗତିର ରାସ୍ତାରେ ଆଗକୁ ନେବାକୁ ହେବ। ସେ କହିଛନ୍ତି ପେଟ୍ରୋଲଜାତ ଦ୍ରବ୍ୟର ଉପ୍ତାଦନକାରୀ ରାଷ୍ଟ୍ର ସମ୍ୂହ ଆମଦାନୀ କରୁଥିବା ରାଜ୍ୟମାନଙ୍କର ଅର୍ଥନୀତିରେ ପ୍ରଗତି ସେମାନଙ୍କର ପେଟ୍ରୋଲଜାତ ଦ୍ରବ୍ୟ ପାଇଁ ବଜାର ବୃଦ୍ଧିରେ ସହାୟକ ହେବ। ତେଣୁ ଉତ୍ପାଦନ କାରୀ ରାଜ୍ୟମାନେ ପେଟ୍ରୋଲଜାତ ଦ୍ରବ୍ୟର ଯୋଗାଣ ଭାରସାମ୍ୟ ରକ୍ଷା କଲେ ହିଁ ଉଭୟ କ୍ରେତା ଓ ବିକ୍ରେତା ଉଭୟ ଗୋଷ୍ଠି ରାଷ୍ଟର ଦୀର୍ଘକାଳୀନ ସ୍ୱାର୍ଥ ରକ୍ଷା ହୋଇ ପାରିବ ବୋଲି ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କୁ ଅଶୋଧିତ ତୈଳ ବ୍ୟାରେଲ ପିଛା ୩୦ ଡଲାର କରିବା ପାଇଁ କେହି ଆଶା କରୁନାହାନ୍ତି। ମାତ୍ର ଆଜି ଦିନରେ ଯେଉଁ ମୂଲ୍ୟ ରହିଛି ତାହା ଆମଦାନୀ କାରୀ ରାଷ୍ଟ୍ରମାନଙ୍କର ଆର୍ଥିକ ଭାରସାମ୍ୟ ପ୍ରଭାବିତ କରିବା ସହ ବିକାଶ ପକ୍ରିୟାକୁ ବାଧାପ୍ରାପ୍ତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେହେତୁ ତୈଳ ଉତ୍ପାଦନ କାରୀ ଓ ଆମଦାନୀ କାରୀ ରାଷ୍ଟ୍ରମାନଙ୍କର ଏହା ଫୋରମ ଏହା ଦୀର୍ଘସ୍ଥାୟୀ ମୂଲ୍ୟ ନିର୍ଦ୍ଦାରଣ ବିଷୟରେ ଚର୍ଚ୍ଚାର ପ୍ରକୃଷ୍ଠ ସ୍ଥାନ। ଶ୍ରୀ ପ୍ରଧାନ କହିଛନ୍ତି ତୈଳ ଓ ଗ୍ୟାସ ବ୍ୟବସାୟର ପଦାର୍ଥ ମାତ୍ର ଏହା ସବୁ ଲୋକଙ୍କର ସର୍ବନିମ୍ନ ଆବଶ୍ୟକତାର ଅଂଶ। ଶ୍ରୀ ପ୍ରଧାନ କହିଛନ୍ତି ବେଳେବେଳେ ଆଭ୍ୟନ୍ତରୀଣ ଅଥବା ଅନ୍ତରାଷ୍ଟରୀୟ ବିବାଦ କାରଣରୁ ତୈଳ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ସେତେବେଳେ ଉର୍ଜାର ଉପଲବ୍ଧତା ଓ ମୂଲ୍ୟ ଉଭୟ ପ୍ରଭାବିତ ହେଉଛି।
ଶ୍ରୀ ପ୍ରଧାନ କହିଛନ୍ତି ଭାରତଭଳି ଅର୍ଥନୀତି ବିଶ୍ୱର ଅର୍ଥନୈତିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ ଭୂମିକା ନେଇଛନ୍ତି। ପେଟ୍ରୋଲଜାତ ଉତ୍ପାଦର ଅହେତୁକ ମୂଲ୍ୟବୃଦ୍ଧି ଭାରତରେ ସମସ୍ୟା ସୃଷ୍ଟି କରୁଥିବାରୁ ଏହା ବିଶ୍ୱର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିବ ବୋଲି କହିବା ସହ ଓପେକ ରାଷ୍ଟ୍ର ଗୁଡିକ ଦାୟିତ୍ୱସମ୍ପନ୍ନ ଓ ଦୀର୍ଘସ୍ଥାୟୀ ମୂଲ୍ୟ ସ୍ଥିର କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ପ୍ରଧାନ ତାଙ୍କ ଉଦବୋଧନରେ କହିଛନ୍ତି।
