ଓପିଏସ୍ ମହାବିଦ୍ୟାଳୟରେ ଆତ୍ୱରକ୍ଷା ତାଲିମ ଶିବିର ଉଦଘାଟିତ

ଡେଙ୍କାନାଳ,୧୨/୧୦(ଓଡିଆପୁଅ/ଏମ୍ ରାଉତ) ଡେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଓଡପଡା ପଂଚାୟତ ସମିତି ମହାବିଦ୍ୟାଳୟରେ ବାଳିକା ମାନଙ୍କ ନିମନ୍ତେ ଆତ୍ୱରକ୍ଷା ତାଲିମ ଶିବିର ଉଦଘାଯନ ହୋଇଯାଇଛି । ଲେପେଟାଣ୍ଟ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୟ କୁମାର ପଣ୍ଡା ଏବଂ ସମ୍ମାନୀତ ଅତିଥି ଭାବେ ସଂସ୍କୃତ ବିଭାଗ ଅଧ୍ୟାପକ ଡକ୍ଟର ଦିନାନାଥ ଦାସ, ଇତିହାସ ବିଭାଗ ଅଧ୍ୟାପକ ଗବେଷକ ମାନସ କୁମାର ରାଉତ ପ୍ରମୁଖ ଯୋଗଦେଇ ସାରକାଙ୍କ ଏହି ତାଲିମ ଶିବିର ଦ୍ୱାରା ବାଳିକାମାନେ ନିଜକୁ ସାହସ, ଶକ୍ତି ଏବଂ ସାମର୍ଥ ସୃଷ୍ଟି କରିବାରେ ବେଶ ସହାୟକ ହୋଇପାରୁଛି ବୋଲି ମତଦେବା ସହିତ ନିଜକ ଆସନ୍ନ ଅସୁବିଧାରୁ ମୁକାବିଲା କରିବାରେ ବେଶ ସହାୟକ ହୋଇପାରୁଛି ବୋଲି ମତ ଦେଇଥିଲେ । ଏହାକୁ ମହାବିଦ୍ୟାଳୟ ଯୁକ୍ତ ୩ଛାତ୍ରୀ ପ୍ରିୟଙ୍କା ଧିର ୁଉପସ୍ଥିତ ଛାତ୍ରୀଙ୍କ ତାଲିମ ଦେବା ସହିତ ଏହାର ଲକ୍ଷ ଉପରେ ବୁଝାଇଥିଲେ । ଶେଷରେ ମହାବିଦ୍ୟାଳୟର କର୍ମଚାରୀ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *