ଖେଳ

ଓପନ ଚେସ ପ୍ରତିଯୋଗୀତା ଉଦ୍ଘାଟିତ

ପୁରୀ:୦୮/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ୨୫ତମ ସର୍ବଭାରତୀୟ ଓପନ ମାଖନଲାଲ ହାଲଦାର ମେମୋରିଆଲ ଚେସ ପ୍ରତିଯୋଗୀତା ଦୁର୍ଗା ବାଡି ପରିସରରେ ଉଦ୍ଘାଟିତ ହୋଇଯାଇଛି। ଓଡିଶା ସମେତ ଦିଲ୍ଲୀ, ହରିଆଣା, ଉତ୍ତରପ୍ରଦେଶ, ବିହାର, ପଶ୍ଚଚିମବଙ୍ଗ ଓ ଝାଡଖଣ୍ଡରୁ ୧୭୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ବିହାରର ଆର୍ନ୍ତଜାତିକ ମାନ୍ୟତା ପ୍ରାପ୍ତ ଖେଳାଳୀ ସୁଧିର କୁମାର ସିହ୍ନା, ଯୋଗେନ୍ଦ୍ର ପ୍ରସାଦ ଶ୍ରୀବାସ୍ତବ, ଭୁବନେଶ୍ୱରର ମାନସ ରଞ୍ଜନ ପରିଡା, ପୁରୀର ବୀରକିଶୋର ବେହେରା ଓ ଦାଣ୍ଡମୁକୁନ୍ଦପୁରର ପ୍ରକାଶ ଚନ୍ଦ୍ର ସାହୁ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି। ଜିଳ୍ଲା ଚେସ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଚେସ୍ ପ୍ରତିଯୋଗୀତାକୁ ରାଜ୍ୟ ଚେସ ସଂଘର ସଭାପତି ଡଃ. କୁମାର ହାଲଦାର ଓ ଉପସଭାତି ବିଜୟ ମହାନ୍ତି ଅତିଥି ଭାବେ ଯୋଗ ଦେଇ ଉଦ୍ଗାଟନ କରିଥିଲେ। ଜିଲ୍ଲା ସଂଘ ସମ୍ପାଦକ ଡଃ. ବିମଳ ପ୍ରସାଦ ମହାନ୍ତି ଓ ଶ୍ୟାମଲ କୁଣ୍ଡୁ ପ୍ରତିଯୋଗୀତା ପରିଚାଳନା କରିଥିବା ବେଳେ ମୁଖ୍ୟ ଆରବିଟେଟର ଭାବେ ଦେବାଶିଷ ପାଣିଗ୍ରାହୀ ଯୋଗ ଦେଇଛନ୍ତି। ୮ତାରିଖରେ ପ୍ରତିଯୋଗୀତା ଉଦ୍ୟାପିତ ହେବ। ପ୍ରତିଯୋଗୀତାର ୯ରାଉଣ୍ଡ ଖେଳମଧ୍ୟ ପ୍ରଥମ ଦିନ ୩ରାଉଣ୍ଡ ଖେଳ ହୋଇଥିଲା। ସେଥିରେ ସୁଧୀର କୁମାର ସିହ୍ନା, ମାନସ ରଞ୍ଜନ ପରିଡା, ବୀରକିଶୋର ବେହେରା, ନନ୍ଦ କିଶୋର, ଜଗଦିସ ବାରିକ, ଗୁରୁପ୍ରସାଦ ଭଟ୍ଟ, ମାନସ ସିଂ, ନଟବର ଦାସ, ଲୋକନାଥ ଦାସ, ସିଦ୍ଧାର୍ଥ ରାୟ, ପ୍ରକାଶ ଚନ୍ଦ୍ର ସାହୁ, ପ୍ରଭାକର ଓଝା, ଅମିତ ମହାନ୍ତି, ଗୋପବନ୍ଧୁ ମେହେରା ଓ ୱାଇପି ଶ୍ରୀବାସ୍ତବ ୩ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top