ଓଡିଶୀ ସଂଙ୍ଗୀତ ମହୋତ୍ସବ ଉଦଘାଟିତ

ପୁରୀ, ୧୨/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶ୍ରୀ ଜଗନ୍ନାଥ ସଂଙ୍ଗୀତ ମହାବିଦ୍ୟାଳୟ ଆନୁକୂଲ୍ୟରେ ଜଗନ୍ନାଥ ବଲ୍ଲଭ ପରିସରରେ ଉଦଘାଟିତ ହୋଇଛି ୨୨ ତମ ରାଜ୍ୟସ୍ତରୀୟ ଓଡିଶୀ ସଂଙ୍ଗିତ ମହୋତ୍ସବ। ମଦ୍ଦିଳ ବାଦକ ଗୁରୁ ପାଗଲ ସ୍ୱାଇଁ ଏହାକୁ ଉଦଘାନ କରିଥିଲେ। ମୁଖ୍ୟ ତିଥୀ ଭାବେ ବରିଷ୍ଠ ସେବାୟତ ଭଗବାନ ସୁ୍ରାର, ସମାଜସେବୀ ଚକ୍ରଧର ମହାପତ୍ର, ଓ କଲିକତାର ନୃତ୍ୟଶିଳ୍ପୀ ଶାଶ୍ୱତୀ ସରକାର ପ୍ରମୁଖ ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ଅନୁଷ୍ଠାନର ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ ଓଡିଶୀ ସଂଙ୍ଗିତ ଓ ନୃତ୍ୟ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ଗୁରୁ ରାଜକିଶୋର ମିଶ୍ର, ପାଗଳ ସ୍ୱାଇଁ, ରବି ପଣ୍ଡା, ଅନୀଲ ଦାସ, ହରିଶଚନ୍ଦ୍ର ଦାସ, ଶକମ୍ତି ପ୍ରସାଦ ନାୟକ ପ୍ରମୁଖ ସହଯୋଗିତା କରିଥିଲେ। ବସନ୍ତ ମିଶ୍ର, ଜମେଶ୍ୱର ଖୁଟିଂଆ, ସତ୍ୟନାରାୟଣ ଗୁରୁ ଓଡିଶୀ ସଂଙ୍ଗିତ କଳାକାରଙ୍କ ସହ ସୀତାର ବାଦନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଶତୃଘ୍ନ ନାୟକ, ନୀଳକଣ୍ଠ, ସଂଗୀତ ନାଟକ ଏକାଡେମୀର ସଂପାଦିକା ସୁନିତା ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *