ଗଞ୍ଜାମ

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ବେଗୁନିଆପଡା ବ୍ଲକପରିସର ରେ ଧାରଣା

କୋଦଳା ୧୧-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) – ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ନିଷ୍ପତ୍ତି କ୍ରମେ ମଙ୍ଗଳବାର ଦିନ ବେଗୁନିଆପଡା ବ୍ଲକ ପରିଷରରେ ଏହି ବ୍ଲକର ସମସ୍ତ ଶିକ୍ଷକ ଓ କର୍ମଚାରୀ ଧାରଣାରେ ବସିଥିଲେ। ଯୋଗ୍ୟ ବିବେଚିତ ଦିନଠାରୁ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପରିସର ଭୁକ୍ତ କରାଯାଇ ଚାକିରୀ ସର୍ତ୍ତାବଳୀ ଓ ଅବସର କାଳୀନ ସୁଭିଦା ସୁଯୋଗ ସହ ଅନୁଦାନ ପ୍ରଦାନ, ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନ, ସରକାର ଦେଇଥିବା ପ୍ରତିଶୃତି ଅନୁଯାୟୀ ସପ୍ତମ ବେତନ କମିଶନ ଲାଗୁ କରାଯାଇ, ଅନୁଦାନ ଦେବା ଆଳରେ ସତ୍ୟପାଠ କିମ୍ବା ଲିଖିତ ସୂଚନା ଦେବା ପାଇଁ ହୋଇଥିବା ନିର୍ଦ୍ଦେଶନାମା ପ୍ରତ୍ୟାହାର କରାଯାଉ। ଅଧ୍ୟାପକମାନଙ୍କ ପାଇଁ ଲାଗୁ ହୋଇଥିବା ରସନାଇଡ ଅଡରକୁ ପତ୍ୟାହାର କରାଯାଉ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଲାଗୁହୋଇଥିବା ଅନୁକମ୍ପା ମୂଳକ ସହାୟତା ରାଶି ଓ ଇପିଏଫ ବାବଦ ଅର୍ଥ ତୁରନ୍ତ ପ୍ରଦାନ କରାଯାଉ। ସମସ୍ତ ସ୍କୁଲ କଲେଜରେ ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀଙ୍କର ବକେୟା ଦରମା ତୁରନ୍ତ ପ୍ରଦାନ କରାଯାଉ ଆଦି ଦାବିରେ ବିଧାନସଭା ଘେରାଉ ପରେ ସଂଘର ନିଷ୍ପତ୍ତି କ୍ରମେ ମଙ୍ଗଳବାର ଠାରୁ ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ ସଭା କରାଯିବା ସହ ଧାରଣାରେ ବସିଥିଲେ। ଏହି ଧାରଣା ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସଭାପତି ପ୍ରଦୀପ କୁମାର ଶତପଥୀ, ଆବାହକ ବିପ୍ରଚରଣ ସାହୁ, ସଂଯୋଜକ କିଶୋର ଚନ୍ଦ୍ର ପଣ୍ଡା କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top