ଓଡ଼ିଶା

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା

ହରିଚନ୍ଦନପୁର, ତା୧୧ ସେପ୍ଟେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ମଙ୍ଗଳବାର ଦିନ ହରିଚନ୍ଦନପୁର ବ୍ଲକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଲକର ୧୬ଟି ହାଇସ୍କୁଲ, ୨ଟି କଲେଜ, ୮ଟି ମଧ୍ୟ ଇଂରାଜୀ ବିଦ୍ୟାଳୟ ସହ ଘଟଗାଁ ବ୍ଲକ ପଣ୍ଡାପଡା କଲେଜର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମଟିକୁ ଜିଲ୍ଲା ସ୍କୁଲ ଶିକ୍ଷକ କର୍ମଚାରୀ ସଂଘ ସଭାପତି କାହ୍ନୁ ଚରଣ ସାମଲ, ଜିଲା କଲେଜ ଶିକ୍ଷକ ସଂଘର ସଭାପତି ଅଜିତ୍ କୁମାର ବେହେରା, ସ୍ଥାନୀୟ ବ୍ଲକ ହାଇସ୍କୁଲ ଶିକ୍ଷକ ସଂଘର ସଭାପତି ଲକ୍ଷ୍ମଣ ମହାନ୍ତଙ୍କ ନେତୃତ୍ୱରେ ପରିଚାଳନା ହୋଇଥିଲା। ସୂଚନା ମୁତାବକ ଓଡ଼ିଶା ମିଳିତ ଶିକ୍ଷକ ସଂଘ ତରଫରୁ (କ) ଯୋଗ୍ୟ ବିବେଚିତ ଦିନଠାରୁ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପରିସରଭୁକ୍ତ କରାଯାଇ ଚାକିରି ସର୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ସହ ଅନୁଦାନ ପ୍ରଦାନ କରାଯାଉ, (ଖ) ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନ କରାଯାଉ ଏବଂ ୨୦୧୮ ଅନୁଦାନ ଆଇନରେ ୪୦, ୬୦ ଓ ୭୫ ଶତକାଡା ଦରମା ପାଉଥିବା ବିଦ୍ୟାଳୟର ଅନୁଦାନ ନିଦ୍ଦେଶପତ୍ର ସହିତ ବାର୍ଷିକ ଦରମା ବୃଦ୍ଧିକୁ ଯୋଗ କରାଯାଉ (ଗ) ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସପ୍ତମ ବେତନ କମିଶନ ଲାଗୁ କରାଯାଉ (ଘ) ଅନୁଦାନ ଦେବା ଆଳରେ ସତ୍ୟପାଠ କିମ୍ବା ଲିଖିତ ସୂଚନା ଦେବା ପାଇଁ ହୋଇଥିବା ନିର୍ଦ୍ଦେଶନାମା ପ୍ରତ୍ୟାହାର କରାଯାଉ (ଙ) ଅଧ୍ୟାପକମାନଙ୍କ ପାଇଁ ଲାଗୁ ହୋଇଥିବା ରିସାନ୍ଇଡ ଅର୍ଡରକୁ ପ୍ରତ୍ୟାହାର କରାଯାଉ (ଚ) ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିବା ଅନୁକମ୍ପାମୂଳକ ସହାୟତା ରାଶି ଓ ଇ.ପି.ଏଫ୍.ବାବଦ ଅର୍ଥ ତୁରନ୍ତ ପ୍ରଦାନ କରାଯାଉ (ଛ) ସମସ୍ତ ସ୍କୁଲ କଲେଜରେ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀଙ୍କର ବକେୟା ଦରମା ତୁରନ୍ତ ପ୍ରଦାନ କରାଯାଉ ଏବଂ ଚାକିରି କାଳକୁ ୬୨ ବର୍ଷକୁ ବୃଦ୍ଧି କରାଯାଉ ଭଳି ଦାବିମାନକୁ ନେଇ ଧାରଣା ଦେଇଛନ୍ତି। ଏହି ମିଳିତ ଶିକ୍ଷକ ମଞ୍ଚର ଧାରଣା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବାର ସୂଚନା ଦେଇଛନ୍ତି। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ତୁରନ୍ତ ୧୬ ତାରିଖ ମଧ୍ୟରେ ଦାବି ଗୁଡିକର ପୂରଣ ନକଲେ ଆସନ୍ତା ୧୬ତାରିଖ ପରେ ସମସ୍ତ ଗ୍ରାମ ପଞ୍ଚାୟତ ସମ୍ମୁଖରେ ଶିକ୍ଷକମାନେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top