କେନ୍ଦ୍ରାପଡ଼ା

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ

କେନ୍ଦ୍ରାପଡା ୨୧/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ମୂଲ୍ୟାୟନକୁ ବର୍ଜନ କରାଯିବା ସହିତ ଧାରଣା ଦିଆଯାଇଛି । ସେମାନଙ୍କର ଦାବି ହେଉଛି ଅଗଣତାନ୍ତ୍ରିକ ସତ୍ୟପାଠ ବ୍ୟବସ୍ଥାର ପ୍ରତ୍ୟାହାର କରାଯିବା,ସରକାରୀ ବିଦ୍ୟାଳୟରେ ବେସରକାରୀ ଚାକିରୀ କାଳକୁ ୨ବର୍ଷରୁ ୧ବର୍ଷ ଅନୁପାତ ହାରରେ ଗଣନା ନିଦେ୍ର୍ଦଶର ପ୍ରତ୍ୟାହାର କରାଯିବା,ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ସରକାରୀ କରଣର ସରକାରୀ ପ୍ରବଞ୍ଚନା ଓ ପ୍ରତାରଣାର ପ୍ରତିବାଦରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ମାଟ୍ରିକ ପରୀକ୍ଷା ବର୍ଜନ କରାଯାଇ ଏହି ଧାରଣା ଦିଆଯାଇଛି ବୋଲି ରାଜ୍ୟ ଓଷ୍ଟାର ସମ୍ପାଦକ ନିର୍ମଳ କୁମାର ନାୟକ,ଜିଲ୍ଲା ସମ୍ପାଦକ ତପନ କୁମାର ସିଂ,ଉପ ଉପସଭାପତି ପ୍ରମୋଦ କୁମାର ବେହେରା,ଯୁଗ୍ମ ସମ୍ପାଦକ ପ୍ରଣବ କୁମାର ଜେନା ପ୍ରମୁଖ ଏକ ପ୍ରେସ ଇସ୍ତାହାରରେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top