ଓଡ଼ିଶା

ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ପ୍ରସ୍ତୁତି ବୈଠକ

ହାଟଡ଼ିହି, ୧୦। ୯ (ଓଡ଼ିଆ ପୁଅ) : ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ସେମାନଙ୍କ ଦାବି ପୁରଣ ନିମନ୍ତେ ଆଗାମି ଦିନରେ ହେବାକୁଥିବା ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପୁର୍ଣ୍ଣଚନ୍ଦ୍ର ସାହୁ, ମୃତ୍ୟୁଞ୍ଜୟ ପଲେଇ, ନାରାୟଣ ରାଉତ, ଶିଶିର କୁମାର ବିଶ୍ୱାଳ, ଦିନବନ୍ଧୁ ପଢ଼ିଆରୀ, ହରିହର ସାମଲ, ମହେନ୍ଦ୍ର କୁମାର ଶାସିନି, ମହେଶ୍ୱର ରାଉତ, ପଦ୍ମନାଭ ପଣ୍ଡା, ନବକିଶୋର ବିଶ୍ୱାଳ, ରବିନ୍ଦ୍ର ନାଥ ଜେନା, ସନାତନ ନାୟକ, ରଶ୍ମୀରେଖା ସାହୁ, ମଧୁସୁଦନ ଜେନା, ସଚିଦାନନ୍ଦ ଧୁପାଲ, ଶରତ କୁମାର ଶାସିନି, ଭାଗିରଥୀ ସାହୁ, କମଳାକାନ୍ତ ନାୟକ, ଶରତ କୁମାର ରାଉତ, ପ୍ରଫୁଲ କୁମାର ପଣ୍ଡା, କୃପାସିନ୍ଧୁ ପଣ୍ଡା, ଲକ୍ଷ୍ମୀକାନ୍ତ ମିଶ୍ର, ମୁକ୍ତିକାନ୍ତ ପଣ୍ଡା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ରାଜ୍ୟ ସରକାର ବ୍ଳକଗ୍ରାଣ୍ଟ ପ୍ରାପ୍ତ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀ ମାନଙ୍କ ଦାବି ପ୍ରତି ଅଣଦେଖା କରୁଥିବାରୁ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରିବାକୁ ଆଲୋଚନା କରିଥିଲେ। ଗତ ତିନିଦିନ ହେଲା ସ୍କୁଲ, କଲେଜରେ ତାଲାପକାଇ ଆନ୍ଦୋଳନ ଚଳାଇଥିବାବେଳେ ସରକାର ସେମାନଙ୍କ ଦାବି ପ୍ରତି କୌଣସି କର୍ଣ୍ଣପାତ କରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ମିଳିତମଞ୍ଚ ପକ୍ଷରୁ ନିଷ୍ପତି ନିଆଯାଇଛି। ଏଥିପାଇଁ ଅଧ୍ୟାପକ ତପନ ଓଝା, ରବିନ୍ଦ୍ର ନାଥ ଜେନା, ଅଭିରାମ ସାହୁ, ପ୍ରସାନ୍ତ କୁମାର ପହି, କର୍ମଚାରୀ ପ୍ରଦୀପ କୁମାର ମଲ୍ଲିକ, ହାଇସ୍କୁଲ ଶିକ୍ଷକ ଭାଗିରଥୀ ସାହୁ, ଦିନବନ୍ଧୁ ପଢ଼ିଆରୀ, ନାରାୟଣ ରାଉତ, ମହେଶ୍ୱର ନାୟକ, ଶରତ କୁମାର ରାଉତ, ଏମ.ଇ ସ୍କୁଲର ଶିକ୍ଷକ ମହେନ୍ଦ୍ର କୁମାର ଶାସିନି, ହରିହର ସାମଳ, ସଂସ୍କୃତ ସ୍କୁଲର ଶିକ୍ଷକ ମୁକ୍ତିକାନ୍ତ ପଣ୍ଡା ପ୍ରମୁଖଙ୍କୁ ନେଇ ଏକ ଷ୍ଟିୟରିଂ କମିଟି ଗଠନ କରାଯିବା ସହିତ ଆସନ୍ତା ୧୧ତାରିଖ ମଙ୍ଗଳବାର ଦିନ ବ୍ଳକ ସମ୍ମୁଖରେ ଏକ ଶାନ୍ତିପୁର୍ଣ୍ଣ ପ୍ରତିବାଦ ସଭା କାଯିବାକୁ ନିଷ୍ପତି ହୋଇଛି। ଏଥିରେ ସମସ୍ତ ବ୍ଲକଗ୍ରାଣ୍ଟ ପ୍ରାପ୍ତ କଲେଜ, ସ୍କୁଲର ଅଧ୍ୟାପକ, ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଯୋଗଦେବାକୁ ନିଷ୍ପତି ନିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top