ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସାହିତ୍ୟ ସାମାଜିକ ବନ୍ଧନର ଏକ ସ୍ମୃତି। ସାହିତ୍ୟ ହିଁ ମଣିଷକୁ ମଣିଷ ସହ ଯୋଡିଦିଏ। ଆଜି ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ସାହିତ୍ୟ ଓ ଭାଷା କ୍ଷେତ୍ରରେ ନବ ଜାଗରଣ ସୃଷ୍ଟି ହୋଇଛି। ତେଣୁ ପ୍ରତ୍ୟେକ ସାହିତ୍ୟିକ ଏଥି ପାଇଁ ପ୍ରସ୍ତୁତ ରହିବା ଉଚିତ ବୋଲି ସମ୍ବର୍ଦ୍ଧିତ ସାହିତ୍ୟିକମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ ଓ ଜାତୀୟ କବି ବା‚ାନିଧି ସ୍ମୃତି ପରିଷଦ ମିଳିତ ଆନୁକୁଲ୍ୟରେ ସାରସ୍ୱତ ସମ୍ବର୍ଦ୍ଧନା ‘ଦିବ୍ୟମ୍’ ପରିସରରେ ଅନୁଷ୍ଠିତ ହୋଇଥିଲା। ପରିଷଦର ସଭାପତି ଡାକ୍ତର ଦୁର୍ଯେ୍ୟାଧନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ଭଦ୍ରକ ମାଟିର ତିନିଜଣ ସାରସ୍ୱତ ସାଧକ ପ୍ରଫେସର ଡ. ସନାତନ ମହାନ୍ତି, ନାଟ୍ୟକାର ଡ. ରମେଶ ଦାସ ଓ କବି ହୃଦାନନ୍ଦ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବରିଷ୍ଠ ଅଧିବକ୍ତା ରାଖାଲ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବରେ ସାଧକ ତ୍ରୟଙ୍କୁ ସମ୍ମାନିତ କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ. ଶଶଧର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବସନ୍ତ ଦାଶ, ଅଶୋକ ମହାନ୍ତି ଓ ରକ୍ତିକାନ୍ତ ବେହେରା ମାନପତ୍ର ପାଠ କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଭୟ ସୂତାର ଆନୁଷ୍ଠାନିକ ବକ୍ତବ୍ୟ ରଖିଥିଲେ। ପରିଷଦର ସହସମ୍ପାଦକ କୃଷ୍ଣ ଚନ୍ଦ୍ର ମହାନ୍ତି, ପ୍ରସନ୍ନ କୁମାର ହୋତା, ଶାନ୍ତନୁ କୁମାର ଦାସ ସଭା ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ପରିଷଦର ଉପସଭାପତି ଡ. ପ୍ରହ୍ଲାଦ ପତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *