ଓଡିଶା ଶେଷ ସୀମା ମୋଟୁ ଠାରେ ବିଶ୍ୱ ମ୍ୟାଲେରୀଆ ଦିବସ ଓ ଜନସଚେତନତା ଶିବିର

ମାଲକାନଗିରି,୨୭ା୪(ଓଡିଆ ପୁଅ ) ଓଡିଶା ର ଶେଷ ସୀମା ମାଓପ୍ରବଣ ମୋଟୁ ଠାରେ ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ବିଶ୍ୱ ମ୍ୟାଲେରୀଆ ଦିବସ ଓ ମ୍ୟାଲେରିଆ  ରୋଗନିରାକରଣ ର ଜନସଚେତନତା ଶିବିର ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡା.ଅଜିତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ମୋଟୁ ଡାକ୍ତର ଖନା ପରିସରରେ ମ୍ୟାଲେରିଆ ଜନସଚେତନତା ଶିବିର ଅନୁଷ୍ଟିତ ହାଇଯାଇଛି । ମାଲକାନଗିରି ଜିଲ୍ଲା ୨୦୧୬ ମସିହାରେ ମ୍ୟାଲେରିଆ ରୋଗରେ ୯ଜଣଙ୍କର ମୃତ୍ୟୁ ଘଟିଥିବା ବେଲେ ୨୦୧୭-୧୮ ରେ କୌଣସି ଜଣେ ହେଲେ ଲୋକଙ୍କ ମୃତ୍ୟୁ ଘଟି ନାହିଁ ,ବର୍ଷାଦିନେ ସାଧରଣତ ଜିଲ୍ଲାରେ ଏହି ରୋଗର ପ୍ରଭାବ ସବୁବେଳେ ଦେଖା ଦେଇଥାଏ ,ଚଳିତ ବର୍ଷ ଏଥିପ୍ରତି ସ୍ୱାସ୍ଥ୍ୟବିଭାଗ ସହିତ ଅନ୍ୟାନ ସମସ୍ତ ବିଭାଗ ସଜାଗରହି ମ୍ୟାଲେରିଆ ରୋଗ ଯେପରି ଦେଖା ନ ଯିବ ସେଥିପ୍ରତି ଗାଁ ଗାଁରେ ଜନସଚେତନତା ସୃଷ୍ଟିକରିବାସହିତ ଗୁରତ୍ୱ ଦେବାପାଇଁ କହିଥିଲେ ।

ବିଶେଷ କରି ମେଲେରିଆ ରୋଗ ବିଭିନ୍ନ ବିଦ୍ୟାଳୟର ଛାତ୍ରବାସର ଅନ୍ତେବାସିଙ୍କୁ ଯେପରି ନହୁଏ ସେଥିପ୍ରତି ଅଧିକ ଦୃଷ୍ଟିଦେବେ,ଏହି ଶିବୀରରେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅମରେନ୍ଦ୍ର ମହାନ୍ତି,ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ରମେଶ ଚନ୍ଦ୍ର ମିଶ୍ର,ଡିପିଏମ ଶୁଭକାନ୍ତ ଗନ୍ତାୟତ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂପର୍କ ଅଧିକାରୀ ସତ୍ୟନାରାୟଣ ଦେଓ,ଜିଲ୍ଲାମଶାବାହିତ ରୋଗ ପରାମର୍ଶଦାତା  ଅଜିତକୁମାର ଦଳେଇ,ମୋଟୁ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ଅନ୍ୟାନ ସ୍ୱାସ୍ଥ୍ୟକର୍ମୀ ମାନେ ଯୋଗଦେଇଥିଲେ । ଏହିଶିବିର କୁ ଗୋପବନ୍ଧୁ ଉନ୍ନୟନସମତି ପକ୍ଷରୁ ଆୟୋଜନ କରାଯାଇଥିଲା  । ଉକ୍ତ ଶିବିରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଆଖପାଖ ଗାଁର ଶତାଧିକ ଲୋକଙ୍କୁ ମାଗଣାରେ ରକ୍ତପରୀକ୍ଷା ସହିତ ଔଷଧବଟଂନ କରାଯାଇଥିଲା ।

 

Leave a Reply

Your email address will not be published. Required fields are marked *