ଓଡିଶା ଲେଖିକା ସଂସଦ (ଭଦ୍ରକ ଶାଖା)ର ଶୋକ ସଭା

ଭଦ୍ରକ, ୧୩ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଡ. ପ୍ରଭାତ ନଳିନୀ ମହାପାତ୍ରଙ୍କ ସଭାପତିତ୍ୱରେ ଭଦ୍ରକ ସାହିତ୍ୟ ପରିଷଦ ପରିସରରେ ଦାର୍ଶନିକ ଗଳ୍ପ ଜଗତର ସମ୍ରାଟ ଚନ୍ଦ୍ରଶେଖର ରଖଙ୍କ ଉଦ୍ଦେଶ୍ୟରେ ଓଡିଶା ଲେଖିକା ସଂସଦ ଭଦ୍ରକ ଶାଖାର ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ଓଡିଶା ଲେଖିକା ସଂସଦ ଭୁବନେଶ୍ୱରର ଉପସଭାପତି ଝରଣା ପଟ୍ଟନାୟକ ଶ୍ରୀଯୁକ୍ତ ରଥ, କାଧାରରେ ସାହିତ୍ୟର ବିଭିନ୍ନ ବିଭାଗରେ ତାଙ୍କର କଲମର ଦକ୍ଷତା ପ୍ରତିପାଦନ କରି ପାରିଥିଲେ ବୋଲି ବକ୍ତବ୍ୟ ରଖିଥିଲେ। ଏହି ସଭାରେ ଗୀତାରାଣୀ ଆଇଚ, ଡ. ରାଧାରାଣୀ ମହପାାତ୍ର, ଶ୍ରମତୀ ବସନ୍ତ ମିଶ୍ର, ମମତା ଦାଶ, ଅନୁରାଧା ମିଶ୍ର, ଡ. ଉତ୍ପଳା ନାୟକ, ଶକୁନ୍ତଳା ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଚାରୁଲତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *