ଓଡିଶା ରୋଲବଲ ଦଳରେ ଭଦ୍ରକର ତିନି ଖେଳାଳି

ଭଦ୍ରକ, ୨୭/୭ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଜାତୀୟ ସ୍ତରରେ ୯ମ ରୋଲବଲ ପ୍ରତିଯୋଗିତା ପାଇଁ ଓଡିଶା ରୋଲବଲ ଦଳରେ ଭଦ୍ରକର ୩ ଜଣ ଖେଳାଳୀ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତା ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଆସାମର ଗୌହାଟି, ଭୋଗେଶ୍ୱରୀ ପୋଖ୍ନାନୀ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଗତ ୨୨ତାରିଖରେ ଦଳର ଖେଳାଳୀ ତାଲିକା ଘୋଷଣା ହୋଇଥିଲା। ଏହି ଦଳରେ ୧୦ବର୍ଷରୁ କମ ବାଳକ ଓ ବାଳିକା ଖେଳାଳିମାନେ ସ୍ଥାନ ପାଇଛନ୍ତି। ଏହି ଖେଳଟି ସ୍କେଟିଙ୍ଗ ମାଧ୍ୟମରେ ଖେଳାଯିବ। ଭଦ୍ରକ ଜିଲ୍ଲାରୁ ପ୍ରଥମ ଥର ପାଇଁ ଖେଳାଳୀ ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ଜାତୀୟ ସ୍ତରକୁ ଚୟନ ହୋଇଛନ୍ତି। ଏହି ଖେଳାଳୀ ମାନେ ହେଲେ ଦିପଙ୍କର ମଣ୍ଡଳ,ଅ।ଦର୍ଶ ଆଦିତ୍ୟ ପତି ଓ ଅନୁଷ୍କା ପରିଜା। ଏମାନେ ସମସ୍ତେ ଏସବିଡି ଇଣ୍ଟରନ୍ୟାସନାଲ ସ୍କୁଲର ୪ର୍ଥ ଶ୍ରେଣୀର ଛାତ୍ରଛାତ୍ରୀ।

Leave a Reply

Your email address will not be published. Required fields are marked *