ଓଡିଶା ରାଜ୍ୟ ହାଉସିଂ ବୋର୍ଡ ଅଧକ୍ଷ୍ୟଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ, ୧୦ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ଓଡିଶା ରାଜ୍ୟ ହାଉସିଂ ବୋର୍ଡ ଅଧକ୍ଷ୍ୟ ଭୁପିନ୍ଦର ସିଂହ ବୌଦ୍ଧ ଜିଲା ଗସ୍ତ କରି ଜିଲାରେ ସ୍ୱଳ୍ପ ଆୟ କରୁଥିବା ଲୋକମାନଙ୍କୁ ହାଉସିଂ ବୋର୍ଡ ତରଫରୁ କିପରି ଘର ଯୋଗାଇ ଦିଆଯାଇପାରିବ ସେଥି ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହାଉସିଂବୋର୍ଡର ମୁଖ୍ୟ ଆର୍କିଟେକ୍ ସିନିୟର ଇଂଜିନିୟର ଓ ସର୍ଭେ ସୁପରଭାଇଜର ଉପସ୍ଥିତ ରହି ଆଲୋଚନା କରିଥିଲେ। ବୈଠକରେ ଗୃହ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଜ୍ଞାପିତ ଅଂଚଳ ପରିଷଦ ମଧ୍ୟରେ ୧୦ ଏକର ସରକାରୀ ଜମି ଯୋଗାଇଦେବାକୁ ହାଇସିଂବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଥିଲା। ବିଜ୍ଞାପିତ ଅଂଚଳ ପରିଷଦ ମଧ୍ୟରେ ଏତେ ପରିମାଣରେ ସରକାରୀ ଜମି ନଥିବାରୁ ମହାନଦୀ ମଧ୍ୟରେ ଥିବା ମର୍ଜାକୁଦ ଅଂଚଳରେ ଏହି ଜମିଯୋଗାଇ ଦେବାକୁ ବୈଠକରେ ସ୍ଥିର ହୋଇଥିଲା। ଏହି ବୈଠକ ପରେ ଅଧ୍ୟକ୍ଷ ଶ୍ରୀସିଂହ ଜିଲାପାଳ ମଧୁସୁଦନ ମିଶ୍ର ଓ ହାଉସିଂବୋର୍ଡର ବିଶେଷଜ୍ଞ ଦଳ ମର୍ଜାକୁଦ ଗସ୍ତ କରିଥିଲେ। ସେଠାରେ ୧୦ ଏକର ଜମି ଚିହ୍ନଟ କରିବା ସହିତ ଉକ୍ତ ଜମିକୁ ହାଉସିଂବୋର୍ଡକୁ ହସ୍ତାନ୍ତର କରାଯିବାକୁ କହିଥିଲେ। ଏହା ବ୍ୟତୀତ ମର୍ଜାକୁଦ ଅଂଚଳରେ ଇକୋ ଟୁରିଜିମ ପାଇଁ ୫୦ ଏକର, ଜିଲାସ୍ତରୀୟ ହେଲିପେଡ ନିର୍ମାଣ ସକାଶେ ୫୦ ଏକର, ହର୍ବାଲ ଉଦ୍ୟାନ ସୃଷ୍ଟି ନିମନ୍ତେ ୫୦ ଏକର ଜମି ଯୋଗାଇଦେବାକୁ ମଧ୍ୟ ସ୍ଥିର କରାଯାଇଥିଲା। ଏହା ବ୍ୟତୀତ ଭବିଷ୍ୟତରେ ମର୍ଜାକୁଦ ଅଂଚଳରେ ଅନେକ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ନିର୍ମାଣ କରିବା ପାଇଁ ଜମି ସଂରକ୍ଷଣ ରଖାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାଯାଇଛି। ଗମନା ଗମନ ଏବଂ ସୌନ୍ଦର୍ଯ୍ୟକରଣ ଓ ନଦୀକୂଳକୁ ମଜଭୁତ କରିବା ନିମନ୍ତେ ଏକ ୫୦ ଫୁଟ ଓସାରର ରିଂ ରୋଡ ପାଇଁ ମଧ୍ୟ ଜମି ସଂରକ୍ଷଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *