ଓଡିଶା ରାଜ୍ୟ ସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା

ଟିଟିଲାଗଡ ୨୯-୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡଠାରେ ସ୍ଥାନୀୟ ଫିଟ୍ନେସ କ୍ଲବରେ ଓଡିଶା ରାଜ୍ୟ ସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଭିନ୍ନ ପ୍ରାନ୍ତରୁ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଖେଳାଳି ପ୍ରତିଯୋଗୀଙ୍କ ଅଧିକ କୁଶଳତା ହାସଲ କରିବା ପାଇଁ ଓ ପେଶାଦାର ମନୋବୃତି ପୋଷଣ ସହଯୋଗ ଉଦେଶ୍ୟରେ ଆୟୋଜନ କରାଯିବ ବୋଲି ପ୍ରକାଶ କରାଯାଇଛି। ଓଡିଶାର ବିଭିନ୍ନ ପ୍ରାନ୍ତରୁ ଶହେ କୋଡିଏ ଜଣ ଖେଳାଳି ଓ ପଚିଶ ଜଣ ଅଧିକାରୀ ଭାଗ ନେବେ। ଆସନ୍ତା ଫେବୃଆରି ଚାରି ତାରିଖରେ ଏହି ପ୍ରତିଯୋଗିତା ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ହେବ। ବର୍ତ୍ତମାନ ସମୟରେ ଶାରୀରିକ ବ୍ୟାୟାମର ଆବଶ୍ୟକତା ଥିବା ବେଳେ ଏହି ପ୍ରତିଯୋଗିତା ସଚେତନତା ସୃଷ୍ଟି ସହ ଓଡିଶା ପରେ ପ୍ରତିଯୋଗୀ ଚୟନ କରାଯିବ ଓ ପରେ ରାଷ୍ଟ୍ରୀୟସ୍ତରରେ ଅଂଶ ଗ୍ରହଣ କରି ଦେଶ ପାଇଁ ସମ୍ମାନ ସୃଷ୍ଟି କରିପାରିବ ବୋଲି ଆୟୋଜନ କମିଟି ମୁଖ୍ୟ ସନ୍ତୋଷ ମହାନ୍ତି ପ୍ରକାଶ କରିଛନ୍ତି। ଶ୍ରୀଯୁକ୍ତ ସାହୁ ପୂର୍ବରୁ ମିଷ୍ଟର ଓଡିଶା ର ସମ୍ମାନ ଲାଭ କରିଛନ୍ତି ଓ ବର୍ତ୍ତମାନ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ଏକ ସାମ୍ବାଦିକ ସମ୍ମିଳ୍ଳନର ଆୟୋଜନ କରି ଉକ୍ତ କମିଟି ତରଫରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *