କୋରାପୁଟ

ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ, କୋରାପୁଟ ଜିଲ୍ଲା ଶାଖାର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

କୋରାପୁଟ ; ତା୦୪-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର କର୍ମକର୍ତାମାନେ କୋରାପୁଟ ସହରରେ ସଭାପତି ଦୁର୍ଯୋଧନ ନାୟକଙ୍କ ନେତୃତ୍ୟରେ ଶାନ୍ତିପୂର୍ଣ୍ଣଭାବେ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଏକ ଦାବିପତ୍ର କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ରଙ୍କୁ ପ୍ରଦାନ କରିଥିଲେ ସହକାରୀ ରାଜସ୍ୱ ନିରିକ୍ଷକଙ୍କର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ -୩ କରିବା ସହଗ୍ରେଡ ପେ ୨୮୦୦ ଟଙ୍କା କରିବା, ବର୍ଦ୍ଧିତ ଦରମାର ସମୀକରଣ କରାଯାଇ ନୂଆ ଦରମା ପ୍ରଦାନ କରିବା, ରାଜସ୍ୱ ପରିଦର୍ଶକଙ୍କ ପଦବୀ ପରିବର୍ତ୍ତନ କରାଯାଇ ଅତିରିକ୍ତ ତହସିଲଦାର ଓ ଓଏଏସକୁ ୨୦ ପ୍ରତିଶତ ପଦୋନ୍ନତି ଦେବା ପ୍ରମୁଖ ଦାବି ରହିଥିବା ସଭାପତି ଶ୍ରୀ ନାୟକ ପ୍ରକାଶ କରିଥିଲେ।ଏହି ଶୋଭାଯାତ୍ରା ବେଳେ ଜିଲ୍ଲା ସଂପାଦକ ଦେବାନନ୍ଦ ବେହେରା, ଉପସଭାପତି ସନ୍ତୋଷ କୁମାର ବେହେରା ଓ ରମେଶ ନାୟକ, ଯୁଗ୍ମ ସଂପାଦକ ପଦ୍ମନ ପୂଜାରୀ, ଅଫିସ ସଂପାଦକ ଶଙ୍କର ମିଶ୍ର, ପରିଚାଳନା ସଂପାଦକ ପ୍ରଫୁଲ୍ଲ କୁମାର ମାଝି, ପ୍ରେସ ସଂପାଦକ ଅକ୍ଷୟ କୁମାର କ୍ଷେତ୍ରୀୟ, ଉପଦେଷ୍ଟା ପି.ଗୋରୀଶଙ୍କର ରାଓ ଓ ଗଣେଶ୍ୱର ନାୟକ ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ କର୍ମକର୍ତା ଯୋଗଦେଇଥିଲେ। ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଲୋକମାନେ ଅସୁବିଧା ଭୋଗୁଛନ୍ତି ବୋଲି କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ନାୟକ ପ୍ରକାଶ କରିବା ସହ ଆମ୍ଭର ୭ ଦଫା ଦାବି ନେଇ ଆନ୍ଦୋଳନ କରୁଛୁ ନିଶ୍ଚିତଭାବେ ରାଜ୍ୟ ସରକାର ଆମ୍ଭର ଦାବି ସମାଧାନ କରିବେ ବୋଲି ସଂଘ ଆଶାବାଦୀ ଥିବା ସେ ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top