ଓଡିଶା ରାଜ୍ୟ ତାଲିମଦାତା ମାନଙ୍କ ଜିଲ୍ଲା ସ୍ତରୀୟ ସମାବେଶ

ଯାଜପୁର, ୧୪/୧୧(ଓଡିଆପୁଅ/ଏମ୍ ରାଉତ) ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ମହାବିନାୟକ ଠାରେ ଓଡିଶା ରାଜ୍ୟ ତାଲିମଦାତା ମାନଙ୍କ ଜିଲ୍ଲା ସ୍ତରୀୟ ି ସମାବେଶ ଜିଲ୍ଲା ସଭାପତ ଗଜଲା ରେହେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ପଦ୍ମଚରଣ ଦାସ, ସମ୍ମାନୀତ ଅତିଥି ଭାବରେ, ସମ୍ଭକାର ଅନିରୁଦ୍ଧ ସାମନ୍ତରାୟ, ପବିତ୍ର କୁମାର ସ୍ୱାଇଁ, ଦେବବତ୍ର ରାଉତ ଓ ଗୁରୁ ପ୍ରସାଦ ପାଠକ ଯୋଗଦେଇ ରାଜ୍ୟ ସରକାର କ୍ରମାଗତ ଭାବରେ ରାଜ୍ୟ ତାଲିମଦାତାଙ୍କ ସ୍ୱାର୍ଥକୁ ଅଣହେଳା କରିଆସୁଛନ୍ତି । ରାଜ୍ୟ ତାଲିମଦାତା ମାନେ ସେମାନଙ୍କ ଦାବି ହାସଲ ପାଇଁ ରାଜ୍ୟ ସ୍ତରୀୟ କାର୍ଯ୍ୟନିର୍ବାହୀ ମାନଙ୍କୁ ଭେଟି ସେମାନଙ୍କ ଦାବି ଉପସ୍ଥାପନ କରିବେ ବୋଲି ମତ ପ୍ରକାଶ ପାଇଥିଲା । ଏହି ସମାବେଶରେ ଉମାକାନ୍ତ ସାହୁ ଅତିଥି ପରିଚୟ ସୁମିତ୍ର ସ୍ୱାଇଁ ସ୍ୱାଗତ ଭାଷଣ ଦୀପକ ବେହେରା ଧନ୍ୟବାଦ ଦେଇଥିଲେ । ହିମାସୁଂ ଶେଖର ପାଢୀ, ଅଡୋଭକେଟ ବିକ୍ରମାଦିତ୍ୟ ଜେନା, ରବିନ୍ଦ୍ର ସେଠୀ, କୃପାସିନ୍ଦୁ ମହାରଣା, ସଂଜୟ ରାଉତ, ସତ୍ୟପ୍ରିୟ ସାହୁ, ଦେବଦତ୍ତ ସାହୁ, ଅଜୟ ଗୁଇଁ ପ୍ରମୁଖ ଯୋଗଦେଇ ରାଜ୍ର ତାଲିମ ଦାତା ସଂଘକୁ ମଜବୁତ କରିବା ସହିତ ଜିଲ୍ଲା ସ୍ତରରେ ସଂଗଠିତ ହୋଇ ଦାବି ଉପସ୍ଥାପନା କରିବା ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା ।

M Rout

i am journalist competed DJMC and work as a Social Worker VicePresident of Society for Heath Education Environment & integrated Development (SHEEID)

Leave a Reply

Your email address will not be published. Required fields are marked *