କୋରାପୁଟ

ଓଡିଶା ରାଜସ୍ୱ ସେବା ସଂଘ,  କୋରାପୁଟ ଜିଲା୍ଲ ଶାଖା କର୍ମକର୍ତାମାନେ କଳାବ୍ୟାଜ ପିନ୍ଧି ଆନ୍ଦୋଳନ ଆରମ୍ଭ କଲେ 

କୋରାପୁଟ ; ତା୨୫-୦୬-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଓଡିଶା ରାଜସ୍ୱ ସେବା ସଂଘର ଅଧିକାରୀମାନେ କଳାବ୍ୟାଜ ପିନ୍ଧି ପ୍ରତୀକାତ୍ମକ ଭାବେ ଆନ୍ଦୋଳନ ଆରମ୍ଭ କରିଥିବା ଜଣାପଡିଛି।ଜିଲ୍ଲା ସଭାପତି ଭବାନୀ ଶଙ୍କର ମିଶ୍ର ଓ ଅନ୍ୟ କର୍ମକର୍ତାମାନେ ଆଜି ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଗ୍ରେଡ ପେ ବୃଦ୍ଧି କରିବା,  ୩ ବର୍ଷରେ ପଦୋନ୍ନତି ଦେବା ଓ ଗ୍ରୂପ-ଏ ରେ ସାମିଲ କରିବା ପ୍ରମୁଖ ଦାବି ରହିଥିବା ଜିଲ୍ଲା ସଂପାଦକ ଆଲୋକ ଅନୁଗୁଲିଆ ସୂଚନା ଦେଇଥିଲେ।୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ଓ ସମାଧାନ ନ ହେଲେ ୨ ତାରିଖରୁ ସାମୂହିକ ଭାବେ ଛୁଟିରେ ରହିବେ ବୋଲି ସେ ପ୍ରକାଶ କରିଥିଲେ।ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ସଭାପତି ଶ୍ରୀ ମିଶ୍ର ଓ ସଂପାଦକ ଶ୍ରୀ ଅନୁଗୁଲିଆଙ୍କ ସହ ଗୈାରଚନ୍ଦ୍ର ପଟନାୟକ,  ସ୍ୱସ୍ତିକ ଜମାଦାର, ଦେବବ୍ରତ କରାତି, ଜଗତଜିବନ ଚୈାଧୁରୀ, ମାନସ କୁମାର ଘଡେଇ, ଏମ.ନୀଳକଣ୍ଠ ନାଇଡୁ, ଦୀପ୍ତିମୟୀ ପ୍ରଧାନ, ପ୍ରଭାତୀ ମହାରଣା ଓ ସସ୍ମିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top