ଜିଲ୍ଲା ପରିକ୍ରମା

ଓଡିଶା ରାଜସ୍ୟ ଅମଲା ସଂଘର ଆନେ୍ଦାଳନ ୧୮ ଦିନରେ

ଖଡିଆଳ/ନୂଆପଡା-୧୯.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ବିଭିନ୍ନ ଦାବୀ କୁ ନେଇ ଓଡିଶା ରାଜସ୍ୟ ଅମଳା ସଂଘ ଗତ ୧ ତାରିଖ ଠାରୁ ଆନେ୍ଦାଳନର ଆହ୍ୱାନ ଦେଇଥିଲେ । ଓଡିଶା ରାଜସ୍ୟ ଅମଳା ସଂଘର ଆନେ୍ଦାଳନ ର ଆହ୍ୱାନ କ୍ରମେ ନୁଆପଡା ଜିଲା ରାଜସ୍ୟ ଅମଳା ସଂଘ ଅମଲା ମାନେ ଗତ ଏପ୍ରିଲ ୧ ତାରିଖ ଠାରୁ ଆନେ୍ଦାଳନରେ ବସିଛନ୍ତି । ଶୁୁକ୍ରବାର ନୁଆପଡା ଜିଲା ଖଡିଆଳ ବ୍ଲକ ପରିସରରେ ଖଡିଆଳ,ସିନାପାଲି,ବୋଡେନ,କୋମନା ଓ ସଦର ନୁଆପଡା ବ୍ଲକ ର ସମସ୍ତ ରାଜସ୍ୟ ଅମଳା ମାନେ ମିଲିତ ଆନେ୍ଦାଳନରେ ବସି ରାଜ୍ୟ ସରକାର ଙ୍କ ଅମଲା ମାରଣ ନିତିର ଘୋର ବିରୋଧ କରିଥିଲେ । ଓଆରଏସ ରାଜସ୍ୟ ପଦବୀରେ ୭୫ ପ୍ରତିସତ ସଂରକ୍ଷଣ,ଚୁକ୍ତି ଭିତ୍ତିକ ଅଧିସଂଙ୍ଗତି ଉଛେଦ,ମୁଳ ଦରମା ୯ ହଜାର ୩ ସହ ଠାରୁ ୩୪ ହଜାର ପର୍ଯ୍ୟନ୍ତ ଓ ଗ୍ରେଡ ପେ ୪୨ ସହ ଲାଗୁ କରାଯାଉ,ଅମଲା ମାନଙ୍କୁ କ୍ୟାଡର ପାହ୍ୟାର ମାନ୍ୟତା ପ୍ରଦାନ ପ୍ରଭୁତି ୪ ଗୋଟି ଦାବୀ ନେଇ ରାଜ୍ୟ ସାରା ଆନେ୍ଦାଳନରେ ବସିଥିବା ପ୍ରକାଶ କରିଛନ୍ତି । ଏହି ଆନେ୍ଦାଳନରେ ରାଜସ୍ୟ ଅମଲା ସଂଘ ନୁଆପଡା ଜିଲା ଉପସଭାପତି ଯାନୁରାମ ମହାନନ୍ଦ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ବିହାରୀ ପଣ୍ଡା ସଦସ୍ୟ ସରାଜ କୁମାର ହୋତା,ଧନ୍ନ୍ତରୀ ଚଳାନ,ଶଙ୍କର ପୁରୋହିତ,ଚମରୁ ସାହୁ ସମେତ ନୁଆପଡା ଜିଲା ପାଞ୍ଚୋଗୋଟି ବ୍ଲକ ସମସ୍ତ ଅମଲା ଆନେ୍ଦାଳନରେ ଭାଗ ନେଇଛନ୍ତି । ରାଜ୍ୟ ସରକାର ଯେତେ ଦିନ ପର୍ଯ୍ୟନ୍ତ ରଜସ୍ୟ ଅମଲା ମାନଙ୍କ ଏହି ୪ ଗୋଟି ମୁଖ୍ୟ ଦାବୀର ସମାଧାନ କରିନାହାନ୍ତି ,ସେତେଦିନ ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏପଟେ ଅମଲା ମାନଙ୍କ ଆନନେ୍ଦାଳ ପାଇଁ ବ୍ଲକ,ତହସିଲ ସମେତ ଅନ୍ୟନ୍ୟ କାର୍ଯ୍ୟଳୟ ଠପ ହୋଇଯାଇଥିବା ଦେଖିବାକୁ ମିଲିଛି । ଆନେ୍ଦାଳନ ୧୮ ଦିନରେ ପଦାର୍ପଣ କରିଥିବା ଅତ୍ୟଧିକ ତାପମାତ୍ର ରେ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ହିତାଧିକାରୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାର ରାଜସ୍ୟ ଅମଲା ମାନଙ୍କ ଦାବୀ ଗୁଡିକୁ ପୁରଣ କରିବା ଦିଗରେ ଆଗେଇ ଆସି ଜନସାଧାରଣ ଙ୍କ ଅସୁବୁଧା ଗୁଡିକୁ ସହୃଦୟତା ସହ ବିଚାର କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top