ଓଡ଼ିଶା

ଓଡିଶା ବିକାଶ କନକ୍ଲେଭ-୨୦୧୮ ଉଦଘାଟନ ଆଗାମୀ ୧୦-୧୫ ବର୍ଷ ଓଡିଶାର ବିକାଶ ପାଇଁ ସମ୍ଭାବନାର ଯାତ୍ରା ହେବ-ଧର୍ମେନ୍ଦ୍ର ପ୍ରଧାନ

– ସ୍ୱାଧୀନତାର ୭୫ ବର୍ଷ ୨୦୨୨ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ପ୍ରତିଷ୍ଠାର ଶହେ ବର୍ଷ ୨୦୩୬ ପାଇଁ ବିକାଶର ରୋଡ ମ୍ୟାପ ଜରୁରୀ
– ଓଡିଶାରେ ରହିଥିବା ୧ କୋଟି ପରିବାର ମଧ୍ୟରୁ ଏକ ତୃତୀୟାଂଶ ଲୋକେ ଘର ଛାଡୁଛନ୍ତି କାମ ପାଇଁ
– ବିଏଡ ଭଳି ଶିକ୍ଷା ପାଇବା ଲାଭ ପାଇଁ ଓଡିଶାର ଯୁବକ ଯୁବତୀ ମାନେ କର୍ଣାଟକ ଭଳି ବାହାର ରାଜ୍ୟକୁ ଯାଉଛନ୍ତି
– ଓଡିଶାବାସୀଙ୍କ ପାଖରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସଂସ୍କାର, ବକ୍ସି ଜଗବନ୍ଧୁ ପରି ସାହସର ରକ୍ତ ବୀର ସୁରେନ୍ଦ୍ର ସାଏଙ୍କ ପରି ସାହସ, ମଧୁବାବୁଙ୍କ ପରି ସ୍ୱାଭିମାନ ରହିଛି
– ସାରା ଦେଶରେ ୧୨୫ କୋଟି ଲୋକେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରତ୍ୟେକ ଲୋକ ଗୋଟିଏ ପାଦ ଆଗକୁ ଗଲେ ଦେଶ ୧୨୫ କୋଟି ପାଦ ଆଗକୁ ଯିବ

ଭୁବନେଶ୍ୱର, ୨୪ ଅଗଷ୍ଟ (ଓଡ଼ିଆ ପୁଅ) – ସ୍ୱାଧୀନତାର ୭୫ ବର୍ଷ ୨୦୨୨ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ପ୍ରତିଷ୍ଠାର ଶହେ ବର୍ଷ ୨୦୩୬ ପାଇଁ ବିକାଶର ରୋଡ ମ୍ୟାପ ଜରୁରୀ ଓ ଏହି ଆଧାରରେ ଓଡିଶାକୁ ବିକାଶର ଶୀର୍ଷକୁ ନେଇ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶା ବିକାଶ କନକ୍ଲେଭ-୨୦୧୮ ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ୧୦-୧୫ ବର୍ଷ ଓଡିଶାର ବିକାଶ ସମ୍ଭାବନାର ଯାତ୍ରା ହେବ।

ଓଡିଶାରେ ରହିଥିବା ୧ କୋଟି ପରିବାର ମଧ୍ୟରୁ ଏକ ତୃତୀୟାଂଶ ଲୋକେ ଘର ଛାଡୁଛନ୍ତି କାମ ପାଇଁ। ବିଏଡ ଭଳି ଶିକ୍ଷା ପାଇବା ଓଡିଶାର ଯୁବକ ଯୁବତୀ ମାନେ କର୍ଣାଟକ ଭଳି ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟରେ ରହିଥିବା ୪୦ ପ୍ରତିଶତ ଜାତି ଓ ଜନଜାତି ମାନଙ୍କର ସାମାଜିକ ବିକାଶ ହୋଇପାରୁନାହିଁ। ଏହି ସବୁ ସମସ୍ୟାର ସମାଧାନ ପାଇଁ ରୋଡମ୍ୟାପ ପ୍ରସ୍ତୁତିର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଏହି କନକ୍ଲେଭରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ତ୍ୟାଗ ଓ ସମର୍ପଣର ଶକ୍ତି ରହିଛି। ଆପଣଙ୍କ ପାଖରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସଂସ୍କାର ରହିଛି। ବକ୍ସି ଜଗବନ୍ଧୁ ପରି ସାହସର ରକ୍ତ ପ୍ରଭାବିତ ହେଉଛି। ବୀର ସୁରେନ୍ଦ୍ର ସାଏଙ୍କ ପରି ସାହସ ରହିଛି। ମଧୁବାବୁଙ୍କ ପରି ସ୍ୱାଭିମାନ ରହିଛି। ତେଣୁ ଏହି କନକ୍ଲେଭରେ ସମସ୍ତ ବିଷୟରେ ଆଲୋଚନା କରି ସମାଜର ବିକାଶ ପାଇଁ ମାଗଦର୍ଶନ ଦିଅନ୍ତୁ ବୋଲି ସେ କହିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆମ ସମସ୍ତଙ୍କ ମଧ୍ୟରେ ବିଶ୍ୱାସ କମ ରହିଛି। ପରସ୍ପର ଉପରେ ସନ୍ଦେହ ରହିଛି। ସମାଜରେ ରହିଥିବା ୯୦ରୁ ୯୫ ପ୍ରତିଶତ ଲୋକଙ୍କର ଇଚ୍ଛା ଅଛି ବିକାଶ କରିବା ପାଇଁ। ତେବେ ୪ରୁ ୫ ପ୍ରତିଶତ ଲୋକ ଏଥିରେ ବାଧା ସୃଷ୍ଟି କରୁଛନ୍ତି। ଓଡିଶାରେ ରହିଥିବା ସମସ୍ୟା ବୁଝାପଡୁଛି। ଏହାକୁ ସମୟ ଅବଧି ମଧ୍ୟରେ କ୍ରିୟାନ୍ୱୟନ କରିବା ଦରକାର। ସାରା ଦେଶରେ ୧୨୫ କୋଟି ଲୋକେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରତ୍ୟେକ ଲୋକ ଗୋଟିଏ ପାଦ ଆଗକୁ ଗଲେ ଦେଶ ୧୨୫ କୋଟି ପାଦ ଆଗକୁ ଯିବ। ତେବେ ଆଜି ବୈଠକରେ ଓଡିଶା ସରକାରର ଯେଉଁ ବନ୍ଧୁମାନେ ଯୋଗଦେଇନାହାନ୍ତି ସେମାନେ ଆଗକୁ ବାକି ଥିବା କାଯ୍ୟକ୍ରମରେ ଯୋଗଦିଅନ୍ତୁ ବୋଲି ସେ ଆହ୍ୱାନ କରିଥିଲେ। ଓଡିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଶେଷ ସହାୟତା ରହିଛି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ନିନ୍ଦୁକ ମାନଙ୍କୁ ଅଗଣାରେ ରଖିବା ଦରକାର। ଚାଟୁକାର ମାନଙ୍କୁ ପାଖରେ ରଖିଲେ ପଥଭ୍ରଷ୍ଟ ହେବାର ରହିଛି। ଆଜି ଏହି କନକ୍ଲେଭରେ ୧୯ଟି ପ୍ରସଙ୍ଗରେ ଆଲୋଚନା ହେବା। ଏହା ଉପରେ ଆୟୋଜକଙ୍କ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କଲେ ନୀତିଆୟୋଗର ସହାୟତାରେ ସମସ୍ତ ବିଭାଗରେ ଏହି ନିଷ୍କର୍ସ ପହଁଚି ଏହାର ସମାଧାନ ଉପରେ ଦୃଷ୍ଟି ଦେବି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଓଡିଶାର ବିକାଶ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ। ଏହା ନିଚ୍ଛକ ପ୍ରସଙ୍ଗ। ଓଡିଶାରେ ଗତ ୨୦ ବର୍ଷ ହେଲା ବିଏଡ କଲେଜ ଖୋଲିପାରିନାହିଁ। ଓଡିଶାର ପିଲା ବାହାର ରାଜ୍ୟକୁ ଯାଉଛନ୍ତି। ଯଦି ରାଜ୍ୟରେ ଆଇଟିଆଇ. ଡିପ୍ଲୋମା, ପ୍ରାଇଭେଟ ଇଂଜିନିୟରିଂ କଲେଜ, ପ୍ରାଇଭେଟ ମେଡିକାଲ କଲେଜ ଖୋଲୁଛି ତାହାହେଲେ ଶିକ୍ଷକ ତାଲିମ ପାଇଁ କାହିଁକି ପଦକ୍ଷେପ ନିଆଯାଇ ପାରୁନାହିଁ ଏହା ଉପରେ ଆଲୋଚନା ହୋଇ ନିଷ୍କର୍ସ ବାହାରିବା ଦରକାର। ସେହିପରି ରାଜ୍ୟରେ ରହିଥିବା ବିଭିନ୍ନ ସମସ୍୍ୟାର କିପରି ସମାଧାନ ହୋଇପାରିବ ତାହା ଉପରେ ଆଲୋଚନା ହୋଇ ନିଷ୍କର୍ସ ବାହାର କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top