Home ଓଡ଼ିଶା ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶହୀଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶହୀଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

168

ଭୁବେନଶ୍ୱର ୨୬-୬ (ଓଡ଼ିଆ ପୁଅ) – ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଭାରତ – ଚୀନ ସୀମା ଗଲୱାନ ଘାଟିରେ ଶହୀଦ ହୋଇଥିବା ଭାରତର ବୀର ଯବାନମାନଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧୀମୂର୍ତି ନିକଟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଅମର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଘଂଟା ବସି ରହି ନୀରବ ସମ୍ମାନ ପ୍ରଦର୍ଶନ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପ୍ରଦୀପ ମାଝୀ, ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ପଂଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ସପ୍ତଗିରି ଉଲାକା, ବିପିନ୍ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ଅମୀୟ କୁମାର ପଟ୍ଟନାୟକ, ବିଷ୍ଣୁ ଚରଣ ବାରିକ, ଜ୍ୟୋତିଷ ସାହୁ, ପଦ୍ମାକର ଗୁରୁ, ଲିଙ୍ଗରାଜ ସାହୁ, ମୋହନ ଜେନା, ଦୀପକ ମହାପାତ୍ର, ସତ୍ୟବ୍ରତ ନାୟକ, ଅଜିତ୍ ମଙ୍ଗରାଜ, ବେଣୁଧର ଭୋଇ, ସୁଶାନ୍ତ ତ୍ରିପାଠୀ, ସ୍ୱାଧିନବାଳା ଦାସ, ଶ୍ରିୟାସ୍ମିତା ପଣ୍ଡା, କଳ୍ପନା ପଣ୍ଡା, ବିସ୍ମୟ ମହାପାତ୍ର, ସଂକୁନା କହଁର, ପ୍ରଶାନ୍ତ ଶତପଥି, ଦେଓ ପ୍ରସାଦ, ନରେଶ ମହାନ୍ତି, ଦେବୀ ପ୍ରସାଦ ବାହାଲିଆ, ଜୟକୃଷ୍ଣ ମଲିଆ, ନିରୁପମା ପାତ୍ର, ବାଙ୍କନିଧି ବେହେରା, ରସିକ ପଟ୍ଟନାୟକ, ଦୀପକ ସାହୁ, ପ୍ରକାଶ ମିଶ୍ର, ବିଶ୍ୱଜିତ୍ ଦାସ, କହ୍ନେଇ ଚରଣ ସେଠୀ, ସତ୍ୟସ୍ମିତ ମହାନ୍ତି, ଯୋଗୀନାଥ ବାହୁବଳେନ୍ଦ୍ର, ନାରାୟଣ ଜେନା, ମାନସ ଆଚାର୍ଯ୍ୟ, ସରୋଜ ପରିଡା, ଶୈଳେନ୍ଦୁ ମଜୁମଦାର, ବିଜୟ ପ୍ରଧାନ, ବୁନା ମହାନ୍ତି, ଶାହାଦୁଲ୍ଲା, କୁଳମଣି ସାହୁ, ମନୋଜ ସାହୁ, ଦେବେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.