ଓଡିଶା ଦିବସ ପାଳନ ପ୍ରସ୍ତୁତି ବୈଠକ

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଓଡିଶା ଦିବସ ପାଳନ ପ୍ରସ୍ତୁତି ବୈଠକ ବୁଧବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡିଆ ଭାଷା, ସାହିତ୍ୟ, କଳା, ଓ ସଂସ୍କୃତିର ସୁରକ୍ଷା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏପ୍ରିଲ ୧ ତାରିଖ ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯିବ। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ବକୃତାପ୍ରବନ୍ଧ, ଦେଶାତ୍ମକ, ସଂଙ୍ଗୀତ, ଓଡିଆ ପଠନ, ଓ ବନାଟୀ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଅବସରରେ ପୁରୀ ସାହିତ୍ୟ ଉତ୍ସବ ସମିତି ପକ୍ଷରୁ କବିତା ପାଠୋତ୍ସବ ଆୟୋଜନ ପାଇଁ ସ୍ଥିର ହୋଇଛି। ପାରମ୍ପାରିକ ପିଠା ପ୍ରର୍ଦାନୀ ନିମନ୍ତେ ଗୀତାଜଂଳୀ ପଣ୍ଡା ପ୍ରସ୍ତାବ ଦେଇଛନ୍ତି। ସହରର ବିଭିନ୍ନ ସ୍ଥାନରେ ତୋରଣ ନିର୍ମାଣ କରାଯିବ। ପୈାରସଦନରେ ସଂଧ୍ୟାରେ ସଧାରଣ ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥିର କରାଯାଇଛି। ପୂର୍ବାହ୍ନରେ ତାଳବାଜି ଯନ୍ତ୍ର ଯୋଗେ ବନ୍ଦେ ଉତ୍କଳ ଜନଜୀ ଗାନ କରାଯିବା। ଉତ୍କଳମଣୀ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୂସୁଦନ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଏବଂ ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ। ଶୋଭାଯାତ୍ରାରେ ସବୁବର୍ଗର ଲୋକେ ସାମିଲ ହେବାପାଇଁ ଜିଲ୍ଲା ପ୍ରଶସନ ପକ୍ଷରୁ ଅନୁରୋଧ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ମଣ୍ଡଳ ଶିକ୍ଷା ଅଧିକାରୀ ମମତା ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା, ବରିଷ୍ଠ ଆଇନଜିବୀ ପୁସ୍କର ମହାପାତ୍ର, ଚକ୍ରଧର ମହାପାତ୍ର, ବଦ୍ରୀ ମିଶ୍ର, ଶ୍ୟାମପ୍ରକାଶ ସେନାପତି, ବିପିନ ବିହାରୀ ଦଳାଇ, ଛବି ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *