ଜିଲ୍ଲା ପରିକ୍ରମା

ଓଡିଶା ଦିବସ ଓଡିଆ ମାନଙ୍କ ପାଇଁ ଆତ୍ମ ସମୀକ୍ଷା ହେଉ

ପୁରୀ, ୦୩/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ସୂଚନା ଓ ଲୋକ ସଂମ୍ପର୍କ ବୀଭାଗ ତଥା ଜିଲ୍ଲା ସଂସ୍କୃତି ପରିଷଦ ର ମିଳିତ ସହୋଯୋଗରେ ୮୩ ତମ ଜିଲ୍ଲା ସ୍ତରିୟ ଓଡିଶା ଦିବସ ସମାରୋହ ପୌରସଦନ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଲେ ଯେ ସ୍ୱାର୍ଥ ତ୍ୟାଗ କଲେ ଓଡିଶା ୧-ନଂ ରାଜ୍ୟ ରେ ପରିଣତ ହେବ।ଭାଷା ଓ ସାହୀତ୍ୟ ପରସ୍ପର ପରିପୂରକ ବୃହତର ଓଡିଶା ପାଇଁ ସମସ୍ତେ ସଂକଳ୍ପବଧ ହେବା ଆବଶ୍ୟକ ଯେଉଁମାନେ ଓଡିଶା ପ୍ରଦେଶ ଗଠନ କରିବା ପାଇଁ ଯେଉଁମାନଙ୍କ ଅବଦାନ ରହିଛି ସେମାନଙ୍କ ପ୍ରତି ପ୍ରତ୍ୟେକ ଓଡିଆ ସମ୍ମାନ ଦେବା ସହ ଆମେ କଣ କରିଛୁ, ସେ ଦିଗରେ ଆତ୍ମସମୀକ୍ଷା କରିବା ଦରକାର। ସ୍ୱାଭିମାନୀ ଓଡିଆଙ୍କ ପାଇଁ ଏହା ଏକ ଆହ୍ୱାନ।ଜାତୀୟତା ବୋଧ ଜାଗରଣ ହେଲେ ରାଜ୍ୟ ର ସ୍ୱାର୍ଥ ସୁରକ୍ଷୀତ ରହିବ।ବିକାଶ ପାଇଁ ରାଜ୍ୟ ଗୁଡିକ ଭିତରେ ପ୍ରତିଦ୍ୱନ୍ଧିତା ଦେଖାଦେଇଛି।କୃଷି ଓ ମହିଳା ଶସସ୍ତ୍ରୀ କରଣ କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଥିବା ମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ।ଗାମ୍ୟ ଉନ୍ନୟନ ସଂସ୍ଥର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ମାଝୀ ଙ୍କ ଅଧ୍ୟକ୍ଷତା ରେ ଆଯୋଜିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଜ୍ୟୋତିମୟ ଦଳାଇ, ନଚରପାଳ ଜୟନ୍ତ କୁମାର ଷଡଙ୍ଗୀ, ଉପଜିଲାପାଳ ମଧୁସୁଦନ ଦାସ, ସର୍ବଶିକ୍ଷାର ଅଭିଯାନ ପ୍ରକଳ୍ପ ସଂଯୋଜକ ସୌନ୍ଦର୍ଯ୍ୟ ମଞ୍ଜରୀ ଦାଶ ସମ୍ମାନୀତ ଅତିଥିଭାବେ ଯୋଗଦେଇ ପ୍ରତ୍ୟକ ଓଡିଆ ମାତୃ ଭୂମୀ ଓ ମାତୃ ଭାଷାର ସୁରକ୍ଷା ପାଇଁ ପ୍ରତିବଦ୍ଧତା ହେବା ଦରକାର ବୋଲି କହିଥିଲେ।ଏହି ଅବସରରେ ସମାଜ ସେବୀ କୁନ୍ତଳା ଆଚାର୍ଯ୍ୟ, ସ୍ଥପତି ରଘୁନାଥ ମହାପାତ୍ର, ବିଶ୍ୱନାଥ ମହାପାତ୍ର, ଡକ୍ଟର ଶ୍ରୀନିବାଶ ଆଚାର୍ଯ୍ୟଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଦିତ କରାଯାଇଥିଲା। ସେହିପରି କବି ସୁଚେତା ମିଶ୍ର, ରକ୍ଷକ ନାୟକ, ବାସନ୍ତି ପାହୁ, ମିନାକ୍ଷୀ ପୃଷ୍ଟି, ସସ୍ମିତା ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଗଣ ମାଧ୍ୟମ କ୍ଷେତ୍ରରେ ଉଲେଖ ଯୋଗ୍ୟ କାର୍ଯ୍ୟପାଇଁ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପଟ୍ଟନାୟକ, ଜଗନ୍ନାଥ ବସ୍ତିଆ, ରାଜ କୁମାର ମହାନ୍ତି, ପ୍ରଦିପ୍ ମହାନ୍ତି, ମଧୁ ସୁଦନ ମିଶ୍ର ପ୍ରଦିମ୍ନ ସାଠୁଆ ଙ୍କ ସମେତ ୧୪ ଜଣ ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ପ୍ରାରମ୍ଭର ଜିଲ୍ଲା ସୂଚନା ଓ ଲୋକସଂମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପଖଣ୍ଡ ସୂଚନା ଲୋକସଂମ୍ପର୍କ ଅଧିକାରୀ ଜିତେନ୍ଦୀ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top