ଓଡିଶା ଦକ୍ଷତା-୨୦୧୮ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଉଦଘାଟନ ଉତ୍ସବ ଦେଖିଲେ ଅଧିକାରୀ ଓ ଛାତ୍ରଛାତ୍ରୀ

 

କୋରାପୁଟ ; ତା୨୮-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଓଡିଶା ଦକ୍ଷତା-୨୦୧୮ ରାଜ୍ୟସ୍ତରୀୟ ପ୍ରତିଯୋଗିତା କଟକର ନେହେରୁ ଷ୍ଟାଡିୟମଠାରେ ଉଦଘାଟିତ ହୋଇଯାଇଛି।ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ଯୋଗଦେଇ ଉଦଘାଟନ କରିଥିଲେ।କୋରାପୁଟସ୍ଥିତ ସଦଭାବନା ସଭାଗୃହଠାରେ ଏହାର ଲାଇଭ ସୋ ଦେଖିବାର ବନ୍ଦୋବସ୍ତ କରାଯାଇଥିଲା।ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମର୍କତ କେଶରୀ ରାୟ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ, କୋରାପୁଟ ବାର ଆସୋସିଏସନର ସଭାପତି ସୁଦର୍ଶନ ଗୈାଡ, ସଂପାଦକ ସୁନୀଲ କୁମାର ଜେନା, କୋଟପାଡ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ, ଏପିଡି ହିମାଂଶୁ ଶତପଥି, ସରକାରୀ ପଲିଟେକନିକ ବିଦ୍ୟାଳୟର ଅଧ୍ୟକ୍ଷ ଅସିତ କୁମାର ଆଚାର୍ଯ୍ୟ, ଅଧ୍ୟାପକ ଲକ୍ଷ୍ମିଧର ସେଠୀ, ସରକାରୀ ପଲିଟେକନିକ ବିଦ୍ୟାଳୟ, କୋରାପୁଟ ସରକାରୀ ହାଇସ୍କୁଲ, କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରଛତ୍ରୀମାନେ ଲାଇଭ ସୋ ଦେଖିଥିଲେ।ରାଜ୍ୟସ୍ତରୀୟ ପ୍ରତିଯୋଗିତା ୨୯ ଓ ୩୦ ତାରିଖ ଦୁଇଦିନ ଧରି ଭୁବନେଶ୍ୱରଠାରେ ଆୟୋଜନ କରାଯିବ ଓ ଏହି ପ୍ରତିଯୋଗିତାରେ କୋରାପୁଟ ଜିଲ୍ଲା ଆମ୍ବଗୁଡା ଆଇଟିଆଇର ପଂକଜ କୁମାର ନାୟକ, ବିଶ୍ୱଭୁଷଣ ବେହେରା, ଦୀପକ ମଲ୍ଲିକ ଓସୈାମ୍ୟ ରଂଜନ ସେଠୀ ଯୋଗଦେବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *