ଓଡ଼ିଶା

ଓଡିଶା ଜନମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବୀରକିଶୋର ପରିଡା ଜନମୋର୍ଚ୍ଚା ଛାଡି କଂଗ୍ରେସରେ ଯୋଗ ଦେଲେ।

ଭୁବନେଶ୍ୱର ୨୭.୬ (ଓଡ଼ିଆ ପୁଅ) – ଓଡିଶା ଜନମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବୀରକିଶୋର ପରିଡା ଜନମୋର୍ଚ୍ଚା ଛାଡି ଆଜି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି। ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଶ୍ରୀ ପରିଡାଙ୍କୁ ସାଦରେ କଂଗ୍ରେସ ଦଳରେ ଗ୍ରହଣ କରି ନେଇଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଭାରୀ ଶ୍ରୀ ରୁଦ୍ର ରାଜୁ ଓ ଆଦିତ୍ୟ ଶର୍ମା, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, କଂଗ୍ରେସ ନେତା ବିଶ୍ୱଜିତ୍ ଦାସ, ଡକ୍ଟର ସନ୍ତୋଷ ବଳ ଓ ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଥାଉକି ଶ୍ରୀ ପରିଡା କଟକ ଜିଲ୍ଲା କିଶନନଗର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ୍ ରେ ଦୁଇଥର ନିର୍ବାଚନ ଲଢିଥିଲେ ଏବଂ ପ୍ରଦେଶ କଂଗ୍ରେସ ପଛୁଆବର୍ଗ ବିଭାଗର ସହ-ଅଧ୍ୟକ୍ଷ ଭାବେ ଶ୍ରୀ ପରିଡା ପୂର୍ବରୁ କାର୍ଯ୍ୟ କରିଥିଲେ। ବର୍ତମାନର ରାଜନୈତିକ ପରିସ୍ଥିତିରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସେ କଂଗ୍ରେସ ଦଳରେ ପୁନଃ ଯୋଗ ଦେଇଛନ୍ତି ବୋଲି ଶ୍ରୀ ପରିଡା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top