ଓଡିଶା କୃଷିବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ବୈଜ୍ଞାନିକ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ, ପୃଷ୍ଟିହୀନତା ଉପରେ ଗୁରୁତ୍ବ

ମାଲକାନଗିରି, ୬ା୫ (ଓଡିଆ ପୁଅ ) ଓଡିଶା କୃଷି ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟର ପ୍ରଫେସର ଦୀପ୍ତିମୟୀ ଜେନା ଓ ବୈଜ୍ଞାନିକ ମାନେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି। ମାଲକାନଗିରି ବ୍ଲକସ୍ଥ ମାର୍କାପାଲି ପଚାଂୟତ ଆଦିବାସୀ ବହୁଳ ଦୁମାଲି ଗୁଡାଗ୍ରାମରେ ଗୋପବନ୍ଧୁ ଉନ୍ନୟନ ସମତି ର ସଂପାଦକ ଦେବେନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବେ ଓୟୁଏଟି ପ୍ରଫେସର ଶ୍ରୀମତୀ ଦୀପ୍ତିମୟୀ ଜେନା ଓ ମୁଖ୍ୟବକ୍ତା ଭାବେ କୃଷି ବିଜ୍ଞାନ ଗବେଷଣା କନ୍ଦ୍ରର ବରିଷ୍ଟ ବୈଜ୍ଞାନିକ ନିଗମାନନ୍ଦ ବେହେରା ଯୋଗଦେଇ ଗ୍ରାମବାସୀ ମାନଙ୍କୁ ମାତୃ ଓ ଶିଶୁଙ୍କ ପୃଷ୍ଟିହୀନତା ର କାରଣ ଓ ତାର ନିରାକରଣ ସଂପର୍କରେ ଜନସଚେତନତା କରିଥିଲେ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମହିଳାଶିକ୍ଷାହାର କମଥିବାରୁ ଜନସଚେତନତା ଅଭାବରୁ ମାତୃ ଓ ଶିଶୁମାନେ ଅଧିକ ସଂଖ୍ୟାରେ ପୃଷ୍ଟିହୀନତାର ଶିକାର ହେଉଛନ୍ତି, ବୃଦ୍ଧିପାଉଥିବା ପୃôଷ୍ଟିହିନତାକୁ କିପରି ରୋକା ଯିବ ଓ ବିଭିନ୍ନ ଆଦିବାସୀ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ପରିମଳ, ମାତୃ ଓ ଶିଶୁ ମଙ୍ଗଳ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟପ୍ରତି ରାଜ୍ୟସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି।

ସେଥି ନିମନ୍ତେ ପରୀକ୍ଷା ମୂଳକ ଭାବେ ମାଲକାନଗିରି ଜିଲ୍ଲାରେ ଦୁମାଲିଗୁଡା ଓ ଆରୋକଲୋନିରେ ଦୁଇଟି ପୃଷ୍ଟିହିନତା ଦୁରିକରଣ ପ୍ରକଳ୍ପ ପ୍ରତିଷ୍ଟା କରିବା ପାଇଁ ଯୋଜନା ରହିଛି ବୋଲି ସୂଚନା ଦେଇଥିଲେ। ଏହି ସଭାରେ ସ୍ଥାନୀୟ ଲୋକପ୍ରତିନିଧି, ଅଙ୍ଗନଓ୍ୟାର୍ଡି କର୍ମୀ, ଭାରତମାତା, ବାସୁକିମାତା ମହିଳାସ୍ୱୟଂସହାୟକ ଗୋଷ୍ଟିର ସଭାପତି, ସପାଂଦକ, କର୍ମକରର୍ତା ମାନଙ୍କ ସହିତ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ। ସମନ୍ୱିତ ଆଦିବାସୀ ଉନ୍ନ୍ୟନ ସଂସ୍ଥା ପକ୍ଷରୁ ଗୋପବନ୍ଧୁ ଉନ୍ନୟମ ସମତି ସହାୟତାରେ ଉକ୍ତଗ୍ରାମରେ ମହିଳାସ୍ୱୟଂସହାୟକ ଗୋଷ୍ଟି ମାନଙ୍କ ଦ୍ୱାରା ପ୍ରସ୍ତୁତ ଉନ୍ନତ ମାନର ଧୂପକାଟି ଓ ପେପର ପ୍ଲେଟ ନିର୍ମାଣ କେନ୍ଦ୍ର ବୁଲିଦେଖି ପ୍ରଫେସର ଶ୍ରୀମତୀ ଜେନା ବହୁତ ଖୁସି ହୋଇ ମହିଳାମାନଙ୍କୁ ପୁରସ୍କୃତ କରିଥିଲେ।

Leave a Reply

Your email address will not be published. Required fields are marked *