ଜିଲ୍ଲା ପରିକ୍ରମା

ଓଡିଶା ଇତିହାସ ପୁନର୍ଲିଖନ ସଂକ୍ରାନ୍ତ ଆଲୋଚନା

ପୁରୀ ୪/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସହିତ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ଓଡିଶା ଇତିହାସର ପୁନର୍ଲିଖନ ପ୍ରକ୍ରିୟା ପରିଷଦର ଅଧ୍ୟକ୍ଷ ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ନଭେମ୍ବର ୧୧ତାରିଖରେ ଭଦ୍ରକ ଠାରେ ଇନଟାକ୍ ପକ୍ଷରୁ ଆୟୋଜିତ ହେବାକୁ ଥିବା ଇଂରେଜମାନଙ୍କର ଓଡିଶା ଅଧିକାର ଓ ସ୍ୱାଧୀନତା ସଂଗ୍ରାମ ୧୮୦୩ ଠାରୁ ୧୮୭୫ ଶୀର୍ଷକ ଆଲୋଚନାଚକ୍ରରେ ପରିଷଦ ସମସ୍ତ ସହଯୋଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଆଲୋଚନା ଚକ୍ରରୁ ଉପଲବ୍ଧ ତଥ୍ୟ ଆଧାରିତ ବିଷୟକୁ ନେଇ ଏକ ସଂକଳନ କରାଯିବା ପାଇଁ ସ୍ଥିର କରାଯାଇଛି। ଆଲୋଚନାଚକ୍ରରେ ଓଡିଶାର ଜୟୀରାଜଗୁରୁଙ୍କ ସମେତ ଦେଶୀୟ ରାଜା, ଜମିଦାର, ପାଇକ, ଦଳବେହେରା ଏବଂ ଗରିଲା ଯୁଦ୍ଧରେ ସାମିଲ ହୋଇଥିବା ଜଙ୍ଗଲୀ ଆଦିବାସୀମାନଙ୍କର ଭୂମିକା ଉପରେ ବିସ୍ତୃତ ଆଲୋଚନା ହେବ। ଆଜି ଏ ନେଇ ଅନୁ୍େ ଠିତ ବୈଠକରେ ଅବସରପ୍ରାପ୍ତ ଇତିହାସ ପ୍ରଫେସର ଡଃ. ନାରାୟଣ ରାଓ, ଡ. ରାମଚନ୍ଦ୍ର ମିଶ୍ର, ଡ. ପ୍ରସନ୍ନ ଜେନା ଓ ଡ. ପ୍ରଫୁଲ୍ଲ ତଅିପାଠୀ, ଡଃ. ଶରତ ଚନ୍ଦ୍ର ଦାଶ, ଡ. ସୁନୀଲ ରଥ, ଗବେଷକ ଅସିତ ମହାନ୍ତି, ପ୍ରାକ୍ତନ ପୁରୀ ସଂସ୍କୃତ ଅଧିକାରୀ ପ୍ରଫୁଲ୍ଲ ସାମନ୍ତରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ କୃଷି ଓ ବୈଷୟିକ ବିଦ୍ୟାଳୟର କୁଳାଧିପତି ପ୍ରଫୁଳ୍ଲ ମିଶ୍ର ଉଦ୍ ଘାଟନ କରିଥିଲେ। ସମ୍ପାଦକ ଜଟାଧାରୀ ମିଶ୍ର ଇତିହାସରପୁନର୍ଲିଖନ ଆବଶ୍ୟକତା ଉପରେ ସୂଚନା ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top