କୋରାପୁଟ

ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ; କୋରାପୁଟ ଜିଲ୍ଲାରେ୨୬୮୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ

କୋରାପୁଟ ; ତା୧୦-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଓଡିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷ ନାମ ଲେଖା ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାରେ ୨୬୮୬ ଜଣ ଛାତ୍ରଛାତ୍ରୀ ୧୪ ଟି ବ୍ଲକରେ ପରୀକ୍ଷା ଦେଇଥିବା ଜଣାପଡିଛି ।ସମୁଦାୟ ୩୦୦୭ ଜଣ ପରୀକ୍ଷା ନିମନ୍ତେ ଆବେଦନ କରିଥିଲେ ବୋଲି ଜଣାପଡିଛି ।ଆସନ୍ତା ୧୩ ତାରିଖଦିନ କୋରାପୁଟଠାରେ ଖାତା ଦେଖାଯିବ ଓ ୨୦ ତାରିଖ ଦିନ ଫଳ ପ୍ରକାଶିତ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ବିଜ୍ଞାନ ସୁପରଭାଇଜର ଆର .ଶିବ ଶଙ୍କର ପଟନାୟକ ସୂଚନା ଦେଇଛନ୍ତି ।ପ୍ରତ୍ୟେକ ବିଦ୍ୟାଳୟରେ ୮୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ ବୋଲି ସେ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top