କେନ୍ଦୁଝର

ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଯୋଡା- ତା ୧୭/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ବ୍ଲକ ଅନ୍ତର୍ଗତ ଲହଣ୍ଡାଠାରେ ଅବସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ମଙ୍ଗଳବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଟାଟା ସ୍ପଞ୍ଜର ସି.ଏସ୍.ଆର ମୁଖ୍ୟ ଶ୍ରୀ ସତ୍ୟାନନ୍ଦ ନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉତ୍ସବଟିକୁ ଉଦଘାଟନ କରିବା ସହିତ ତାଙ୍କର ବକ୍ତବ୍ୟରେ ବର୍ତ୍ତମାନର ଅବକ୍ଷେୟ ମୁଖି ଶିକ୍ଷାର ବିଚାରଧାରା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଉତ୍ସବରେ ଯୋଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅରୁଣ କୁମାର ମଲ୍ଲିକ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଲେଇପଦାସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଦ୍ୟା ଶକ୍ତି ନ୍ୟାସର ସମ୍ପାଦିକା ଶ୍ରୀମତୀ ରୋଜାଲୀ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉତ୍ସବଟିରେ ଯୋଡା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ମୃଦୁଳା ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରାଚୀନକାଳର ଗୁରୁଶିଶ୍ୟ ପରମ୍ପରା ଓ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଉପରେ ଏକ ତୁଳନାତ୍ମକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଉତ୍ସବଟିକୁ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଅଭୟ କୁମାର ରାଉତ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟୈତ୍ରୀ ବିଶ୍ୱରଞ୍ଜନ ମହାନ୍ତି, ଶିବାନନ୍ଦ କିଷାନ, ଲକ୍ଷ୍ମୀପ୍ରିୟା ମିଶ୍ର, ମାନବେନ୍ଦ୍ର ନାଏକ, ହରିବୋଲ ସାହୁ, ଅନୀତା ମିଶ୍ର, ସୁଭଶ୍ରୀ ପ୍ରିୟଦର୍ଶିନୀ ନାଏକ ପ୍ରମୁଖ ଉପସ୍ଥିତ ରହି ସୁପରିଚାଳନା କରିଥିଲେ । ପରିଶେଷରେ ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମାନବେନ୍ଦ୍ର ନାଏକ ଓ ସୁଭଶ୍ରୀ ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରିଥିଲେ । ଉତ୍ସବଟିକୁ ବିଦ୍ୟାଳୟର ଛାତ୍ର-ଛାତ୍ରୀ ଏବଂ ଅଭିଭାବକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top