କେନ୍ଦ୍ରାପଡ଼ା

ଓଡିଶା ଅମଲା ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ବାର୍ଷିକ ସମ୍ମିୁଳନୀ ଅମଲା ସରକାରୀ ଯୋଜନାକୁ ବିକାଶ ଦିଗରେ ନେବାକୁ କାର୍ଯ୍ୟ କରିବେ

କେନ୍ଦ୍ରାପଡା ୯/୯(ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ):- ଅମଲା କରୁଥିବା କାର୍ଯ୍ୟକୁ ସମର୍ଥନ କରୁଥିବାରୁ ୧୮ବର୍ଷକାଳ ଶାସନ ଚାଲିଛି। ଅମଲାମାନଙ୍କ ଦାବି ସ୍ୱାଭାବିକ। ଏ ସମ୍ପର୍କରେ ସେ ମଧ୍ୟସ୍ଥତା କରି ସରକାରଙ୍କୁ ଜଣାଇବେ ବୋଲି ଗରାପୁରସ୍ଥିତ ସୌଭାଗ୍ୟ ମଣ୍ଡପ ପରିସରରେ ଆଜି ଓଡିଶା ଅମଲା ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀରେ ମୁଖୟ ଅତିଥିଭାବେ ସାଂସଦ ପ୍ରତାପ ଦେବ ଯୋଗଦେଇ କହିଛନ୍ତି। ଜିଲ୍ଲା ଅମଲା ସଂଘ ସଭାପତି ଅଞନ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ଦେବ ଆହୁରି କହିଲେ ଯେ ୨୦୦୦ ମସିହା ପରଠାରୁ ପ୍ରତି ଗାଁରେ କଂକ୍ରିଟ ରାସ୍ତା ହୋଇଥିବାରୁ ·ରି ଚକିଆ ଗାଡିରେ ଯାଇ ହେଉଛି। ଏହା ସରକାରଙ୍କ ସଫଳତା ବୋଲି କହିଥିଲେ। କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅମଲାମାନଙ୍କ କାର୍ଯ୍ୟକୁ ଆଇଏସ ଅଧିକାରମାନେ ମାନି ନିୟନ୍ତି ବୋଲି କହିଥିଲେ। ଜିଲା ପରିଷଦ ସଭାପତି ମାନସ କୁମାର ପରିଡା, ଅଣ ଗେଜେଟେଡେ କର୍ମ·ରୀ ସମନ୍ୱୟ ସମିତିର ସମ୍ପାଦକ ବ୍ରଜ କିଶୋର ନନ୍ଦ, ସଭାପତି ଜ୍ୟୋର୍ତିରଞନ ପଟ୍ଟନାୟକ, ଓଡିଶା ଅମଲା ସଂଘର ସଭାପତି ଶତ୍ରୃଘନ ପାଣିଗ୍ରାହୀ, ସାଧାରଣ ସମ୍ପାକ ପ୍ରସନ୍ନ କୁମାର ତ୍ରିପାଠୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅମଲାମାନେ ସରକାରାଙ୍କ ବିକାଶ କାର୍ଯ୍ୟକ୍ରମକୁ ଆଗେଇନେଇ କାର୍ଯ୍ୟକରିବେ। ରାଜରାସ୍ତାକୁ ନ ଓହ୍ଲାଇ ଶାନ୍ତିପୂର୍ଣ୍ଣଭାବେ ସରକାରଙ୍କ ସହିତ ସମନ୍ୱୟ ରକ୍ଷାକରି ଦାବି ହାସଲ କରିବେ ବୋଲି କହିଥିଲେ। ସଂଗଠନ ସମ୍ପାଦକ ଚିତ୍ତରଞନ ତରାସିଆ, ଅତିରିକ୍ତ ସାଧାରଣ ସମ୍ପାଦକ ଜ୍ଞାନ ରଞନ ଦାସ ଏହି ବୈଠକରେ ଯୋଗଦେଇ ଅମଲାମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲା ଅମଲା ସଂଘର ସମ୍ପାଦକ ବିଶ୍ୱ ପ୍ରକାଶ ଲେଙ୍କା ଅମଲାମାନଙ୍କର ବିଭିନ୍ନ ଦାବି ଓ ସମସ୍ୟା ଉପରେ ସମ୍ପାଦକ ବିବରଣୀ ପାଠ କରିଥିଲେ। ଅନ୍ୟାମାନଙ୍କ ମଧ୍ୟରେ ଓଡିଆ ଅମଲା ସଂଘର କର୍ମକର୍ତ୍ତା ବରେଣ୍ୟ ପାତ୍ର, ଶୁକ ପାଣି, ନାରାୟଣ ଦାସ, ଗୁରୁ ଗୋବିନ୍ଦ ଦଲାଇ, ଅକ୍ଷୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଦେବେନ୍ଦ୍ର କୁଣ୍ଡୁ, ତାପସ ମହାନ୍ତି, ସଂଜୀବ ସ୍ୱାଇଁ, ଅଭିନାସ ତ୍ରିପାଠୀ, ଅବିନାଶ ଲେଙ୍କା, ଭୂମିସ୍ୱତା ମହାନ୍ତି, ଦିଲ୍ଲୀପ ସାମଲ, ଅଧିର ସାହୁ, ମାନସ ଧଳ ପ୍ରମୁଖ ସଭା ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top